ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା:(ଆମ ଓଡ଼ିଶା ଖବର )ସତର ତାରିଖରେ ସାରା ରାଜ୍ୟର ପଞ୍ଜିକୃତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ରାଶି ମିଳିବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ପ୍ରିୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ | ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡିଶାର ସମସ୍ତ ପଞ୍ଚାୟତରେ ସୁଭଦ୍ରା ରଥ ପରିକ୍ରମା କାର୍ଯ୍ୟକ୍ରମ ଚାଲୁ ରହିଛି | ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତରେ ମଧ୍ୟ ସୁଭଦ୍ରା ଯୋଜନା ରଥ କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ପଂଚାୟତବାସୀ | ସରପଞ୍ଚ ଶ୍ରୀମତୀ ନିଁଳେନ୍ଦ୍ରୀ ସେଠିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠି,ପିଇଓ ବନା ଶବର,ଏଡିଇଓ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ସମେତ ଅଙ୍ଗନବାଡି କର୍ମୀ, ଏସଏଚଜି ର ସଦସ୍ୟା ଉପସ୍ଥିତ ଥିଲେ | ସୂଚନା ଯୋଗ୍ୟ ଯେ ସତର ତାରିଖ ଦିନ ସୁଭଦ୍ରା ଯୋଜନାରେ ମହିଳା ମାନେ ସରକାରଙ୍କ ତରଫରୁ ଘୋଷିତ ଅର୍ଥ ରାଶି ପାଇବେ |
More Stories
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।