ରାୟଗଡ଼(ଆମ ଓଡ଼ିଶା ଖବର )-ତା -୮-୧-ତିନିଦିନ ଧରି ପାଳିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆଜି ରାୟଗଡା ମହାବିଦ୍ୟାଳୟ ରେ ଉଦଘାଟିତ ହୋଇଯାଇଛି।ଏହି ଉତ୍ସବ ର ପ୍ରଥମ ଦିନରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରଭାତ ସମୟରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିଜେ ଅଧ୍ୟକ୍ଷା ଡ. ବବିଲତା ଶରଫ,କାର୍ଯ୍ୟକ୍ରମ ସଂଯୋଜିକା ଡ. ସରସ୍ବତୀ ରାୟ, ସମରଶିକ୍ଷାର୍ଥୀ ବାହିନୀ ର ଲେଫ୍ଟନାଣ୍ଟ ଉଦୟ ନାୟକ,ଜାତୀୟ ସେବାସଂସ୍ଥା ର ସଯୋଜକ କେ. କେ. ଯାନୀ, ଅନନ୍ତ ଶବର,ଯୁବ ରେଡକ୍ରଶ ର ପ୍ରଶାନ୍ତ ସାହୁ, ତୃପ୍ତିମୟୀ ଭୋଇ ଆଦି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରଥିଲେ।ତା ବ୍ୟତୀତ ନିବନ୍ଧ ଲିଖନ ପ୍ରତିଯୋଗିତା,ପୋଷ୍ଟର ପ୍ରଦର୍ଶନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସହଯୋଗ କରିଥିଲେ ଟି. ଜ୍ୟୋତି, ଟିକେଶ୍ୱର ମାଝୀ,ଦମୟନ୍ତୀ ବାଗ, ମୋନାଲିସା ପାଣିଗ୍ରାହୀ ଅମିତ ସାହୁ, ଗ୍ଲୋରି ଅନିଶା ଇତ୍ୟାଦି।
ରାୟଗଡା ଜିଲ୍ଲା ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।