ରାୟଗଡ଼(ଆମ ଓଡ଼ିଶା ଖବର )-ତା -୮-୧-ତିନିଦିନ ଧରି ପାଳିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆଜି ରାୟଗଡା ମହାବିଦ୍ୟାଳୟ ରେ ଉଦଘାଟିତ ହୋଇଯାଇଛି।ଏହି ଉତ୍ସବ ର ପ୍ରଥମ ଦିନରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରଭାତ ସମୟରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିଜେ ଅଧ୍ୟକ୍ଷା ଡ. ବବିଲତା ଶରଫ,କାର୍ଯ୍ୟକ୍ରମ ସଂଯୋଜିକା ଡ. ସରସ୍ବତୀ ରାୟ, ସମରଶିକ୍ଷାର୍ଥୀ ବାହିନୀ ର ଲେଫ୍ଟନାଣ୍ଟ ଉଦୟ ନାୟକ,ଜାତୀୟ ସେବାସଂସ୍ଥା ର ସଯୋଜକ କେ. କେ. ଯାନୀ, ଅନନ୍ତ ଶବର,ଯୁବ ରେଡକ୍ରଶ ର ପ୍ରଶାନ୍ତ ସାହୁ, ତୃପ୍ତିମୟୀ ଭୋଇ ଆଦି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରଥିଲେ।ତା ବ୍ୟତୀତ ନିବନ୍ଧ ଲିଖନ ପ୍ରତିଯୋଗିତା,ପୋଷ୍ଟର ପ୍ରଦର୍ଶନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସହଯୋଗ କରିଥିଲେ ଟି. ଜ୍ୟୋତି, ଟିକେଶ୍ୱର ମାଝୀ,ଦମୟନ୍ତୀ ବାଗ, ମୋନାଲିସା ପାଣିଗ୍ରାହୀ ଅମିତ ସାହୁ, ଗ୍ଲୋରି ଅନିଶା ଇତ୍ୟାଦି।
ରାୟଗଡା ଜିଲ୍ଲା ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.