ସଂସାରରେ ସେ ହିଁ ଭାଗ୍ୟବାନ ଯାହା ନିକଟରେ ଚଳନ୍ତି ଦେବତା ବିଦ୍ୟମାନ। )*
ଆସିକା ତା ୮/୧ : ଭାରତ ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହ ଏକ ନିରାଡ଼ମ୍ବର ପରିବେଶ ମଧ୍ୟରେ ସମ୍ପର୍ଣ୍ଣ ହୋଇଯାଇଛି। ଏହି ସମାରୋହରେ ଅକାଡେମିକ୍ ବର୍ସର ଡ. ସନ୍ତୋଷ କୁମାର ଚ଼ୌଧୁରୀ ମୁଖ୍ୟ ଅତିଥି ଥିବା ବେଳେ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ମଞ୍ଚାସୀନ ଥିଲେ। ଡ. ସସ୍ମିତା ପାତ୍ର ସଂଯୋଜିକା ରୂପେ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ସଂପାଦନ କରିଥିଲେ। ବେଦପାଠ ଗବୈୟା ଲାବାରୋଟରୀ ଶିକ୍ଷକ ଧନଞ୍ଜୟ ମହାପାତ୍ରଙ୍କ ଦ୍ବାରା ବେଦ ମନ୍ତ୍ରଧ୍ବନୀରେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହରେ ଚତୁର୍ଦ୍ଧାମୁର୍ତ୍ତୀଙ୍କୁ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା।
ମହତ୍ମାଗାନ୍ଧୀ ବାରିଷ୍ଟର ସମାପନ କରି ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଦିବସକୁ ପ୍ରବାସୀ ଦିବସ ରୂପେ ଦେଶର ଯଶ୍ବସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାଶ ମୋଦୀ ଘେଷଣା କରିଛନ୍ତି ବୋଲି ସଂଯୋଜିକା ପାତ୍ର କହିଥିଲେ। ପ୍ରବାସୀ ଭାରତୀୟଙ୍କ ମନରେ ସ୍ବଦେଶ ପ୍ରିତି ଉଦ୍ଜିବୀତ କରିବା ପାଇଁ ଇଁଗ୍ରେଜୀ ଶବ୍ଦ ଡାୟସପୋରା ଶବ୍ଦକୁ ବାଖ୍ୟା କରିଥିଲେ ମୁଖ୍ୟବକ୍ତା ଡ. ପଟ୍ଟନାୟକ। ମୁଖ୍ୟ ଅତିଥି ଡ. ଚୌଧୁରୀ ସୁରାଟରେ ରହୁଥିବା ଗଞ୍ଜାମ ପ୍ରବାସୀଙ୍କ ସଂକ୍ଷିପ୍ତ ବାର୍ତ୍ତା ରଖିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ପଣ୍ଡା ନିଜର ଅଭିଭାଷଣରେ ଭାରତ ବର୍ଷରେ ପ୍ରବାସୀ ସଂସ୍କୃତି ଅତୀବ ପୁରାତନ ବୋଲି କହିଥିଲେ ଏବଂ ଅଧିକ ଅର୍ଥ ଉପାର୍ଜନର ମୋହ ଏବଂ ଦେଶ ବିତାଡ଼ନ ହେଲେ ଲୋକେ ପ୍ରବାସୀ ହେବା ପାଇଁ ଅଭିଳାଷା ରଖନ୍ତି ବୋଲି କହିଥିଲେ। ପୌରାଣିକ ବାର୍ତ୍ତାରେ ଅଧ୍ୟକ୍ଷା କହିଥିଲେ, ଯୁଧିଷ୍ଟିରଙ୍କୁ ଯକ୍ଷ୍ୟ ଯେତେବେଳେ ପ୍ରଶ୍ନ କରିଥିଲେ,
ଏହି ସଂସାରରେ ସବୁଠାରୁ ଦୁଃଖୀ କିଏ ? ଧର୍ମରାଜ ଯୁଧିଷ୍ଟିର ପ୍ରାବାସୀ ଅଟନ୍ତି ବୋଲି ଉତ୍ତର ରଖିଥିଲେ। ଡ. ଅଜିତ କୁମାର ମୁନୀ ନିଜର ପ୍ରଗ୍ଲଭତାରେ କହିଥିଲେ, ପ୍ରବାସୀ ହେବା କିଛି ଅସୁବିଧା ନୁହେଁ, କିନ୍ତୁ ନଦୀର ଧାରା ଯେପରି ସମୁଦ୍ରରେ ବିଲୀନ ହୋଇ ନିଜର ଅସ୍ଥି୍ତ୍ବକୁ ସଂପୂର୍ଣ୍ଣ ରୂପେ ହଜାଇ ଦିଏ, ସେହିପରି ନ ହୋଇ ପ୍ରଭାତର ଶିକାରୀ ବିହଙ୍ଗ ହୋଇ ନିଜ ନିଡ଼କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସନ୍ଦେଶ ରଖିଥିଲେ। ଡ. ଜିନିତ୍ ସବା କହିଥିଲେ ପ୍ରବାସୀ ହେବା ମନୁଷ୍ୟର ସହଜାତ ପ୍ରବୃତି। ଅଧ୍ୟାପକ ଚ଼ିତ୍ରସେନ ବେହେରା ପ୍ରବାସୀ ନ ହେବା ପାଇଁ ସ୍ବଦେଶ ଶିକ୍ଷା ପଦ୍ଧତି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ ସଂସାରରେ ସେ ହିଁ ଭାଗ୍ୟବାନ ଯା’ ନିକଟରେ ଚଳନ୍ତି ଦେବତା ବିଦ୍ୟମାନ। ପରିଶେଷରେ ଅଧ୍ୟାପକ ରାଜେଶ କୁମାର ସାହୁ ପ୍ରବାସୀ ନ ହୋଇ ନିଜ ଦେଶ ମାତୃକାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ସ୍ବଦେଶ ପ୍ରୀତିକୁ ଜାଗ୍ରତ କରିବା ପାଇଁ ଆହ୍ବାନ କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ୍ ଓଡ଼ିଶା ଖବର
More Stories
ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର 31 ତମ ବାର୍ଷିକ ଉତ୍ସବ ପାଳିତ l
କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ବାର୍ଷିକ ଉତ୍ସବ l