ଆସିକା ତା ୮/୧ : ଭାରତ ଏବଂ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନାରୀ ସଶକ୍ତିକରଣର ପ୍ରାୟୋଜିତ କାର୍ଯ୍ୟକ୍ରମ ଯୁକ୍ତ ଦୁଇ ଛାତ୍ରୀଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିିର ଆନୁଷ୍ଠାନିକ ରୂପେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ତାଲିମ ଶିବିର ଦୀର୍ଘ ଦଶ ଦିନ ପର୍ଯ୍ୟନ୍ତ ସଂପାଦିତ ହେବାର ନଜିର ରହିଛି। ଧାର୍ଯ୍ୟ ଦିନର ସକାଳ ସମୟ ୭ ଘଣ୍ଟ ୩୦ ମିନଟ୍ ରୁ ଆରମ୍ଭ ହୋଇ ୯ ଘଣ୍ଟ ୩୦ ମିନଟ୍ ପର୍ଯ୍ୟନ୍ତ ତାଲିମ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆତ୍ମ ସୁରକ୍ଷା କମିଟିର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମିନତି ବେହେରା ଅତିଥି ମାନଙ୍କୁ ମଞ୍ଚାସୀନ କରିଥିଲେ ଏବଂ ଅଧ୍ୟାପିକା ସେଇଲ୍ କୁମାରୀ ଝା ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ଏହି ଆତ୍ମସୁରକ୍ଷା ଶୁଭ ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଆସିକା ବ୍ଳକର ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଇନ୍ଦିରା ମହାପାତ୍ର, ମୁଖ୍ୟବକ୍ତା ରୂପେ ଆସିକା କୋଟିନଡ଼ା ଶାଖା ପୋଲିସ୍ କାର୍ଯ୍ୟାଳୟର ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀ ଶ୍ରୀମତୀ ଦିପୀକା ରାୟ ଏବଂ ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟର ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଯୋଗଦାନ କରିଥିଲେ।

ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ପାଠ ଦ୍ବାରା ମଞ୍ଚାସୀନ ଅତିଥି ବୃନ୍ଦ ଦେବ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ତତପଶ୍ଚାତ ଅତିଥିମାନଙ୍କୁ ଔପଚାରିକ ପୁଷ୍ପଗୁଚ୍ଛ ତଥା ଉପଢୌକନ ପ୍ରଦାନ କରାଯାଇଥିଲା। ଆଜିର ଏହି କୁତ୍ସିତ ମନୁଷ୍ୟ ସମାଜରେ ଦୈନିକ ନାରୀ ମାନଙ୍କ ପ୍ରତି ହେଉଥିବା ଅହେତୁକ ଯୌନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ଳିଳ ଇଙ୍ଗିତ ତଥା ମନ୍ତବ୍ୟ, ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ଏସିଡ୍ ଫିଙ୍ଗିବା, ଅସଦାଚରଣ ଇତ୍ୟାଦି ବୈମାନୁଷିକ ଆଚ଼ରଣ ତଥା କାର୍ଯ୍ୟକଳାପରୁ ବର୍ତ୍ତିବା ପାଇଁ ଏହା ଏକ ଭାରତ ଏବଂ ଓଡ଼ିଶା ସରକାରଙ୍କ ସମ୍ମିଳିତ ଅଭିନବ ପ୍ରୟାସ ବୋଲି ସମସ୍ତ ଅତିଥି ନିଜର ମତ ସାବ୍ୟସ୍ତ କରିଥିଲେ ଏବଂ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ସମସ୍ତେ କହିଥିଲେ କେବଳ ନାରୀ ସମାଜରେ ଆତ୍ମନିର୍ଭରଶୀଳ ହେବା ଯଥେଷ୍ଟ ନୁହେଁ, ତା’ ସହିତ ଆତ୍ମସୁରକ୍ଷା ମଧ୍ୟ ଏକାନ୍ତ କାମ୍ୟ। କୁତ୍ସିତ ତଥା ହିନମନ୍ୟତା ପୁରୁଷ ସମାଜକୁ ଉଚ଼ିତ ଜବାବ୍ ଦେବାକୁ ହେଲେ ଆତ୍ମସୁରକ୍ଷା ନିତାନ୍ତ ପ୍ରୟୋଜନ ବୋଲି ପ୍ରାୟ ସମସ୍ତ ମଞ୍ଚାସୀନ ଅତିଥି ଯୁକ୍ତି ବାଢିଥିଲେ। ଅଧିବେଶନରେ ମାଷ୍ଟର ଟ୍ରେନର ଏନ୍. ଲିଜା ପାତ୍ର ଏବଂ ଶୀବାନୀ ମହାରଣା ଆତ୍ମସୁରକ୍ଷା ବଳୟର କେତୋଟି ନିତ୍ସକ ଭଙ୍ଗିମା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ସହୟତା ଏବଂ ତ୍ବରାନ୍ବିତ କରିବାରେ ଆତ୍ମସୁରକ୍ଷା କ୍ଳବର ସଦସ୍ୟା ଅଧ୍ୟାପିକା ଶ୍ରୀମତୀ ସେଇଲ୍ କୁମାରୀ ଝା, ସର୍ବସୁ୍ଶ୍ରୀ କୁନିକା ଦାଶ, ମାଧୁରୀ ହେମମ୍ବ୍ରମ, ଚୁନମୁନ୍ ମହାନ୍ତି ଏବଂ ରଶ୍ମିପ୍ରିୟା କାଲୋଙ୍କ ଭୂମିକା ଅତୀବ ଉଚ୍ଚକୋଟିର ଥିଲା। ପରିଶେଷରେ ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ