ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

ରାୟଗଡା: ତା ୯-୧-୨୦୨୫  l

ରାୟଗଡା (ଆମ ଓଡ଼ିଶା ଖବର )ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ଉଦଘାଟନୀ ଉତ୍ସବରେ ରାୟଗଡା ଜିଲ୍ଲା ଶିକ୍ଷାଧିକାରୀ ଡ:  ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନ ଲାଲ ମାଝୀ,  ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ, ରାୟଗଡା ଓ ଗଣେଶ ଶବର ଚନ୍ଦ୍ରପୁର, ରାୟଗଡା ଜିଲ୍ଲା ଶିକ୍ଷାଧିକାରୀଙ୍କ  କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ବଳଦେବ ନାୟକ, ସମଗ୍ର ଶିକ୍ଷାର ସଂଯୋଜକ ଜ୍ଞାନ ରଞ୍ଜନ ସାହୁ,  ପ୍ରଦୀପ କୁମାର ସାହୁ ଓ ସୁରେନ୍ଦ୍ର କୁମାର ସାଠୁଆ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଡ: ନାୟକ ନିଜ ବକ୍ତବ୍ୟରେ ପ୍ରବାସୀ ଭାରତୀୟ ଦିବସର ମହାତ୍ମ୍ୟ ବିଷୟରେ ଉଲ୍ଲେଖ କରି ଏହା ଜଗତୀକରଣ ପ୍ରକ୍ରିୟାକୁ ଅଭିପ୍ରେରିତ କରିବା ସହ ଶିକ୍ଷା, ବୃତ୍ତି, ଜ୍ଞାନ ଓ ରୋଜଗାର କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥାଏ।  ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶ ସହ ଜୀବନ ଶୈଳୀରେ ପରିବର୍ତ୍ତନ ପରିଲକ୍ଷିତ  ହୁଏ।  ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଫର୍ଦ୍ଦ ପ୍ରସ୍ତୁତି, କୁଇଜ,  ପ୍ରବନ୍ଧ ଲିଖନ ଓ ସାଇକେଲ ଚାଳନା ଆଦି ପ୍ରତିଯୋଗୀତା  ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିଲା।  ଏଗାର ଗୋଟି ବ୍ଳକ ସ୍ତରର ପ୍ରତିଯୋଗୀ ଏଠାରେ ଅଂଶ ଗ୍ରହଣ କରିଥିବା ସଂଯୋଜକ ଶ୍ରୀ ସାହୁ କହିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ  ଶିକ୍ଷକ ରାଜେଶ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ  । ନୀଳାଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଲକ୍ଷ୍ମୀକାନ୍ତ ମିଶ୍ର, ଦିଲ୍ଲୀପ କୁମାର ହୋତା ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ସହଯୋଗ କରିଥିଲେ।

ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର

error: Content is protected !!