ରାୟଗଡା (ଆମ ଓଡ଼ିଶା ଖାବର )ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡ଼ିପାରି ଗ୍ରାମପଞ୍ଚାୟତ ର ପେରିଗଣି ଗ୍ରାମରେ ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟ ବନ୍ଦ।ଦରଗୁଡା ସ୍ଥିତ ଗଢି ଉଠିଥିବା ଉତ୍କଳ ଆଲୁମିନା କମ୍ପାନୀ ଆନୁକୂଲ୍ୟରେ ପେରିଗଣି ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା। ନିର୍ମାଣ କାର୍ଯ୍ୟ କୁ ଗ୍ରାମ ର ଏକ ଗୋଷ୍ଠୀ କୌଣସି କାରଣ ବସତି ବନ୍ଦ କରିଥିବା ଜଣାପଡିଛି। ଏହି ଘଟଣାକୁ ବିରୋଧ କରି ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଯେଉଁ ମାନେକି ବିଦ୍ୟାଳୟ ସ୍ଥାପନ ହେତୁ ନିଜ ଜମି ଦାନରେ ଦେଇଥିଲେ ତେଣୁ ସେଠାରେ ପାଚେରୀ ନିର୍ମାଣ କରିବାରେ କୌଣସି ଅବହେଳା କିମ୍ବା ସମସ୍ୟା ନାହିଁ, ଏହା କାହାର ସ୍ୱାର୍ଥ ରେ ପାଚେରୀ ନିର୍ମାଣ ବନ୍ଦ କରାଯଇଛି ତୁରନ୍ତ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଗତ କାଲି ପେରିଗଣି ଗ୍ରାମର କିଛି ମହିଳା ଏବଂ ପୁରୁଷ ମାନେ ଉତ୍କଳ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ।ତୁରନ୍ତ ବିଦ୍ୟାଳୟ ର ପାଚେରୀ ନିର୍ମାଣ ଶେଷ କରାଯାଉ,

ଠିକାଦାର କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଦାବୀ କଲେ ନିମ୍ନ ମାନର କାର୍ଯ୍ୟରେ ପାଚେରୀ ନିର୍ମାଣ ହେବାର ସମ୍ଭାବନା ତେଣୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ବ ହେଉ ନଚେତ ବିଦ୍ୟାଳୟ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।ପୂଣି ଅନ୍ୟ ଏକ ଗୋଷ୍ଟି ଠିକାଦାରଙ୍କ ଠାରୁ ଟଙ୍କା ଦାବି ଘଟଣକୁ ବିଦ୍ୟାଳୟ ପାର୍ଶ୍ଵ ରେ ଥିବା ଲୋକେ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି ଯେ ‘ ଗ୍ରାମ ର ୯୫% ଲୋକେ ପାଚେରୀ ନିର୍ମାଣ ଚାଁହୁ ଥିବା ବେଳେ ୫% ଲୋକ ଠିକାଦାର ଙ୍କ ଠାରୁ ଅର୍ଥ ଲାଳସା କାରଣରୁ ବିଦ୍ୟାଳୟ ପାଚେରୀ ନିର୍ମାଣ କୁ ବିରୋଧ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ବିଦ୍ୟାଳୟ ରେ ପାଚେରୀ ଟି ନଥିଲେ ବିଭିନ୍ନ ସମୟ ରେ ଅନେକ ପ୍ରକାର ଆସାମଜିକ ବ୍ୟକ୍ତି ମାନେ ମଦ ମାତାଲ ଅବସ୍ଥା ରେ ପଶିଯିବେ ଗରୁ ଗାଈ ଭଳି ପଶୁ ମାନେ ମଧ୍ୟ ବିଦ୍ୟାଳୟ କୁ ଆଶ୍ରୟ ସ୍ଥଳ କରିବେ ତେଣୁ ପାଚେରୀ ଯଥାଶୀଘ୍ର ନିର୍ମାଣ ହେବା ଆବଶ୍ୟକ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ଦେଇଛନ୍ତି।
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।