ଖୋର୍ଦ୍ଧା ୧୨/୧ (ଆମ ଓଡ଼ିଶା ଖାବର ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକ୍ ର କଳାଙ୍ଗ ହାଇସ୍କୁଲ ଗୋଛବାରି ଖେଳ ପଡିଆ ରେ ଚାଲିଥିବା ୨୦ତମ କଳାଙ୍ଗ ପ୍ରିମୀୟର ଲିଗ୍ ପ୍ରଥମ କ୍ୱାର୍ଟର ମ୍ୟାଚ୍ ରବିବାର ଦିନ ଅନୁଷ୍ଟିତ ମ୍ୟାଚରେ କଳାଙ୍ଗ ଦଳ ବିଜୟୀ ହୋଇଛି। ଏହି ମ୍ୟାଚଟି କଳାଙ୍ଗ କ୍ରିକେଟ କ୍ଲବ ବନାମ ବେଗୁନିଆ କ୍ରିକେଟ ଟିମ୍ ସହିତ ଖେଳ ହୋଇଥିଲା । ବେଗୁନିଆ କ୍ରିକେଟ ଟିମ୍ ଟଚ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇଥିଲା । ବ୍ୟାଟିଙ୍ଗ କରି ୧୬.୨ଓଭରରେ ୧୦ଉଇକେଟ ହରାଇ ୯୭ରନ କରିଥିଲା । ଜବାବରେ କଳାଙ୍ଗ ଦଳ ୪ଉଇକେଟ ରେ ୧୬.୧ଓଭରରେ ୬ଉଇକେଟ ୯୯ରନ କରି ବିଜୟୀ ହୋଇଥିଲା । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ସାନପଦର ସମିତି ସଭ୍ୟ ଦିଲୀପ କୁମାର ମହାପାତ୍ର ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଅଦ୍ଵୈତ ପଟ୍ଟନାୟକ (ଚଗ) ପ୍ରମୁଖ ଯୋଗଦେଇ ଶ୍ରେଷ୍ଠ ଖେଳାଳି ଭାବେ ବିକି ୪୦ରନ ଓ ୧ଉଇକେଟ କରି ଆର୍ଥିକ ରାଶି ସହିତ ଟ୍ରଫି ସମ୍ମାନିତ କରାଯାଇଥିଲା । ଆମ୍ପୀୟର ଭାବେ ସୌଭାଗ୍ୟ ରଞ୍ଜନ ନିଶଙ୍କ ଓ ସନ୍ତୋଷ କୁମାର ସ୍ବାଇଁ ଖେଳ ପରିଚାଳନା କରିଥିଲେ । ଉଦ୍ଘୋଷକ ଚିନ୍ମୟ ହୋତା କରିଥିବା ବେଳେ ଆୟୋଜକ ଭାବେ ଅତୁଲ୍ୟ କୁମାର ନିଶଙ୍କ ଓ ସୌଭାଗ୍ୟ ନିଶଙ୍କ ପରିଚାଳନା କରିଥିଲେ ।
ଖୋର୍ଦ୍ଧା ବୋଲଗଡ଼ ରୁ ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖାବର


More Stories
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।