ବୋଲଗଡ଼ ମକର ମିଳନରେ ବାର୍ଷିକ ସାରସ୍ଵତ ସମାରୋହ । 

ବୋଲଗଡ (ଆମ ଓଡ଼ିଶା ଖାବର ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ସ୍ଥିତ ନନ୍ଦିଘୋଷ ସାରସ୍ୱତ ଅନୁଷ୍ଠାନ ର ମକର ମିଳନ ନନ୍ଦିଘୋଷ ଭବନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସମାଜର ଆଇନା ସଦୃଶ ।ସମାଜର ପ୍ରତିଟି କଥା ଏଥିରେ ପ୍ରତିଫଳିତ ହୋଇଥାଏ । ଏହା ସାମାଜିକ ପରିବର୍ତନର ମୂଳମନ୍ତ୍ର । ସ୍ବର୍ଗତ ବ୍ୟାସ କବି ଫକୀର ମୋହନ ଙ୍କ ବଳିଷ୍ଠ ଲେଖନୀ ନିଃସୃତ କାବ୍ୟ କବିତା ଆଦି ତତ୍କାଳୀନ ସମାଜକୁ ପରିବର୍ତ୍ତିତ କରି ପାରିଥଲ । ଏଣୁ କବି ସାହିତ୍ୟିକ ମାନେ ବାଜେ କବିତା ନ ଲେଖି ସମାଜ ସଂସ୍କାର ଧର୍ମୀ କବିତା ଲେଖିବାକୁ ଆହ୍ୱାନ କରିଥିଲେ ।

ତାହା ହେବ ବ୍ୟାସକବିଙ୍କ ଜନ୍ମତିଥିରେ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଉପସଭାପତି ଶିକ୍ଷାବିତ ହରିବନ୍ଧୁ ସାହୁଙ୍କ ପୌରୋହିତ୍ୟରେ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟାପକ ଡ଼. କୈଳାସ ଚନ୍ଦ୍ର ବାଣ୍ଠ, ପରମ୍ପରାସାହିତ୍ୟ ଅନୁଷ୍ଠାନ ର ପ୍ରତିଷ୍ଠାତା କବି ନିର୍ମଳ ଚନ୍ଦ୍ର ଶୁରଦେଓ , ସୁ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର , ଡ଼. ସୁରେଶ କୁମାର ଛୋଟରାୟ , ପ୍ରାକ୍ତନ ଅଧ୍ୟାପକ ଡ଼ ପ୍ରଫୁଲ କୁମାର ସୁବୁଦ୍ଧି , ଗୋପୀନାଥ ଖାଡ଼ଙ୍ଗା ପ୍ରମୁଖ ଯୋଗଦେଇଥିଲେ l  ଆୟୋଜିତ କବିତାପାଠ ଉତ୍ସବ ରେ ସଂଯୋଜନା କରିଥିଲେ ହରପ୍ରିୟା ଦ୍ବିବେଦୀ ଓ ଶ୍ରୀକାନ୍ତ କୁମାର ନାୟକ । ବରିଷ୍ଠ ସଦସ୍ୟ ରବୀନ୍ଦ୍ର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଧୀରେସ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ । ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।

ସେହିପରି ହୃଷିକେଶ ନାୟକ , ସନ୍ତୋଷ ପ୍ରଧାନ , ଲଲାଟ କେଶରୀ ସିଂ , ଗୁଣନିଧି ହୋତା , ପ୍ୟାରୀମୋହନ ଦାସ , ଲଷ୍ମୀଧର ଚୌଧୁରୀ ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ । ଅଂଚଳର ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ଵ କବିତା ପାଠ କରିଥିଲେ ।ଏହି ପରିପ୍ରେକ୍ଷୀରେ ସମସ୍ତ କବିମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସନାତନ ପାଟ୍ଟଶାଣୀ କବିଙ୍କ ଲେଖନୀରୁ ଶାଣିତ କାଳଜୟୀ କବିତା ଝରି ସମାଜକୁ କଳୁଷମୁକ୍ତ କରୁ ଆଶା କରି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ :ପ୍ରସନ୍ନ କୁମାର ସ୍ୱାଇଁ

error: Content is protected !!