ରିପୋର୍ଟ -ଇନ୍ଦ୍ର ପାଙ୍ଗି
ଖୋଇରୁପୁଟ (ଆମ ଓଡ଼ିଶା ଓଡ଼ିଶା ) ଗୁରୁବାର ଦିନ ସି.ୱାଇ.ଏସ.ଡି ସାମାଜିକ ଅନୁଷ୍ଠାନ ମାଲକାନଗିରି ଦ୍ଵାରା କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମରେ ଛତୁ ଚାଷ ସମ୍ବନ୍ଧୀୟ ଦଶଦିନଆ ତାଲିମ କାର୍ଯ୍ୟକ୍ରମ ଖଇରପୁଟ ବ୍ଲକ କଦମଗୁଡ଼ା ଗ୍ରାମ ପଞ୍ଚାୟତରେ ଆରମ୍ଭ ହେଇଥିଲା !
ଏହି କାର୍ଯ୍ୟକ୍ରମରେ ପକାନଗୁଡ଼ା, ପୁସୁରିଗୁଡ଼ା ଏବଂ କେନ୍ଦୁଗୁଡ଼ା ଗ୍ରାମର ବଣ୍ଡା ଜନଜାତି ସମ୍ପ୍ରଦାୟର 30 ଜଣ ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟା,ମିଶନ ଶକ୍ତି ପ୍ରତିନିଧି, ବ୍ୟାଙ୍କ ପ୍ରତିନିଧି ଏବଂ ସି.ୱାଇ.ଏସ.ଡି ର ଦକ୍ଷିଣାଞ୍ଚଳ ମୁଖ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ନାବାର୍ଡ ରୁ ଅତିଥି ତାଲିମ କେନ୍ଦ୍ରରେ ପହଞ୍ଚିବା ପରେ ଦକ୍ଷିଣାଞ୍ଚଳ ମୁଖ୍ୟ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁ ଜଗନ୍ନାଥଙ୍କୁ ଦୀପ ଦେଇ ପୁଷ୍ପାଞ୍ଜଳି ଦେଇ ତାଲିମଶିବିରକୁ ଆରମ୍ଭ କରିଥିଲେ! ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବ୍ଲକ ସଂଯୋଜକ ଦେବଜୀତ୍ ବେଉରା ଶୁଭାରମ୍ଭ କରିଥିବା ବେଳେ ଦକ୍ଷିଣାଞ୍ଚଳ ମୁଖ୍ୟ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁ ପରିଚାଳନା କରି କହିଥିଲେ ଯେ ଏହି ତାଲିମ ବଣ୍ଡା ଜନଜାତି ସମ୍ପ୍ରଦାୟର 30 ଜଣ ସୂୟଂ ସହାୟିକା ସଦସ୍ୟା ମାନଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ହେବ, ଏହି ତାଲିମ୍ 30 ଜଣ ସଦସ୍ୟା ମାନଙ୍କ ମାଧ୍ୟମରେ 300 ଜଣ ସଦସ୍ୟାଙ୍କ ପାଖରେ ପହଞ୍ଚି ପାରିବ।ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନାବାର୍ଡ ମାଲକାନଗିରି ଜିଲ୍ଲା ବିକାଶ ପ୍ରବନ୍ଧକ ଶ୍ରୀ ସର୍ମିଲ ମଲ୍ଲିକ ଯୋଗଦାନ କରି କହିଥିଲେ ଯେ ଆଜିକାଲି କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ଆର୍ଥିକ ଉନ୍ନତିରେ ବହୁତ ସହାୟକ ହେଉଅଛି ତେଣୁ ଏହାର ଲାଭ ବିଶେଷ କରି ବଣ୍ଡା ଜନଜାତି ସମ୍ପ୍ରଦାୟର ସ୍ଵୟଂସହାୟକ ସଦସ୍ୟା ମାନେ ଉଠାଇବା ଦରକାର ।ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରସେନ ପାଙ୍ଗି,ସି.ୱାଇ.ଏସ.ଡି ଅନୁଷ୍ଠାନର କର୍ମକର୍ତ୍ତା ସଦାଶିବ ହନ୍ତାଲ, ଚମ୍ପାବତୀ ଖିଲ ଉପସ୍ଥିତ ରହି ସହଯୋଗ କରିଥିଲେ ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l