ନିରାକାରପୁର,୮/୨: ଖୋର୍ଦ୍ଧା ଜିଲ୍ଲା ରାଉଳହଜ ଜ୍ୟୋତି ବିହାର ନିବାସୀ ଦିଗମ୍ବର ପାତ୍ରଙ୍କ ଧର୍ମ ପତ୍ନୀ ସଚଳା ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ଆଜି ଦିନ ବେଳେ ହଠାତ୍ କରି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଖୋରଧା ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ମେଲପୀ, ସରଳ ବିଶ୍ୱାସୀ ଓ ଧର୍ମପରାୟଣା ମହିଳା ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ଦିଗମ୍ବର, ଦୁଇ ପୁଅ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସି ତାଙ୍କର ଶେଷ ଦର୍ଶନ କରିଛନ୍ତି। ତାଙ୍କ ମର ଶରୀରକୁ ପୁରୀ ନିଜ ଯାଇ ସ୍ବର୍ଗ ଦ୍ବାର ରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି। ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l