କୋଦଳାର ବିକାଶ ପାଇଁ ସମସ୍ତେ ସଂକଳ୍ପ ନେବା ଜରୁରୀ :ଅଧ୍ୟକ୍ଷ
ରିପୋର୍ଟ :ଦେବାଶିଷ ମହାରଣା
କୋଦଳା, (ଆମ ଓଡିଶା ଖବର):ଆଜି ସାରା ଦେଶ ପବିତ୍ର 76 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଏହି ଦିବସକୁ ବେଶ ଉତ୍ସଛୁକତାର ସହିତ ପାଳନ କରାଯାଇଛି |କୋଦଳା ଏନଏସି ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ କୋଦଳା ଏନଏସି ପରିସର ସମେତ ତିନି ନମ୍ବର ୱାର୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହା ସହ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରି କୋଦଳାବାସି ତଥା ଦେଶବାସିଙ୍କ ଉଧ୍ୟେଶ୍ୟରେ ଅଭିଭାଷଣ ରଖିଥିଲେ | ସମସ୍ତେ ଏକଜୁଟ, ଏକ ମନ ହୋଇ ଗଣତନ୍ତ୍ରର ସୁରକ୍ଷା ପ୍ରତି ସଚେତନ ହେବା ସହ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ମୂଳ ଲକ୍ଷ ବୋଲି କହିଥିଲେ ଅଧ୍ୟକ୍ଷ | ସ୍ୱାସ୍ଥ୍ୟ,ସୁସ୍ଥତା ଏବଂ କୋଦଳା ଏନଏସି ର ବିକାଶ ହିଁ ଆମର ମୂଳ ଲକ୍ଷ ବୋଲି କହିଥିଲେ ଅଧ୍ୟକ୍ଷ | ଦେଶ ପାଇଁ ବଳିଦାନ ଦେଇଥିବା ଦେଶର ଅଗଣିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭାବ ପୁର୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ କୋଦଳା ଏନଏସି ର ସମସ୍ତ କର୍ମଚାରୀ, କାଉନସିଲର ଏବଂ ମେଡିକାଲ କର୍ତୃପକ୍ଷ | ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଙ୍କ ସମେତ କାଉନସିଲର ରିତାଞ୍ଜଳୀ ମିଶ୍ର, ମଧୁସୂଦନ ଜେନା, ଭଗବାନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ |
More Stories
ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ l
ବି.ନୁଆଁଗାଁରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ
ସାରୁବନ୍ଧର ପୁନଃରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ