ବେଗୁନିଆପଡା ବ୍ଲକ ସମେତ ବିଭିନ୍ନ ସରକାରୀ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ  l

ରିପୋର୍ଟ: (ଦେବାଶିଷ ମହାରଣା)

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବେଗୁନିଆପଡା ବ୍ଲକ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ନାୟକ ଓ ବ୍ଲକ ଅଧକ୍ଷା ରେଣୁ ଗୌଡ଼ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ସସ୍ମିତା ଶତପଥି, ଏବିଡ଼ିଓ ନିରଞ୍ଜନ ବେହେରା, ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ,ଚିତ୍ରସେନ ପରିଡା ଓ ସତୀଶ ରଞ୍ଜନ ତାରିଣୀ ଯୋଗ ଦେଇଥିଲେ । ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟରେ ସମାଜସେବୀ ମହେଶ୍ୱର ବରାଡ଼ ପତାକା ଉତ୍ତୋଳନ କରିଥିବା ବେଳେ ଅଧକ୍ଷ ମିଲନ ପୁରୋହିତ ସହଯୋଗ କରିଥିଲେ । ଏଥିସହ ଏହି ଅଂଚଳରେ ଥିବା ଥାନା,ସରକାରୀ ଓ ବେସରକାରୀ ବିଦ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ବିଦ୍ୟାଳୟ ମାନଙ୍କରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟରେ ପତାକା ଉତ୍ତୋଳନ କରିବା ସହ ହାତରେ ଜାତୀୟ ପତାକା ଧରି ଭାରତମାତା କି ଜୟ, ବନ୍ଦେ ମାତରମ ଧ୍ୱନି ଦେଇ ଜାତୀୟ ସଗିଂତ ଗାନ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି।

error: Content is protected !!