ବିଷମକଟକ/ରାୟଗଡ (ଆମ ଓଡିଶା ଖବର ):-ତା.୪/୨-ମାବ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ସରକାରଙ୍କ ଉଚ୍ଚାଭିଳାଷୀ “ବିକସିତ ଗ୍ରାମ ବିକସିତ ଓଡିଶା” (ବିଜିବିଓ) କାର୍ଯ୍ୟକ୍ରମ ର ପ୍ରସ୍ତୁତି କିଭଳି ଚାଲିଛି ଏହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ରାୟାଗଡ଼ ପାରୁଲ ପଟlୱରୀ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ଆଜି ବିଷମକଟକ ପରିଦର୍ଶନରେ ଆସିଥିଲେ। ଓଡିଶାର ପ୍ରତ୍ୟେକ ବ୍ଲକ ତଥା ଗ୍ରାମ ପଞ୍ଚାୟତରେ ସମଗ୍ର ଗ୍ରାମୀଣ ବିକାଶକୁ ଆଗେଇ ନେବା ପାଇଁ ପରିକଳ୍ପିତ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭରଚୁଆଲ ଭାବେ ଆଗାମୀ ପାଞ୍ଚ ତାରିଖରେ ଉଦ୍ଘାଟିତ ହେବାକୁ ଯାଉଥିବା ବେଳେ ବିଷମକଟକ ଠାରେ ଏହାର ପ୍ରସ୍ତୁତି ନେଇ ଏହି ଗସ୍ତ ରହିଥିବା ଜଣାପଡିଛି I
ଏକ ପାଞ୍ଚ ବାର୍ଷିକ ବିକାଶର ରୋଡମ୍ୟାପ୍, ଯାହା ଗ୍ରାମାଞ୍ଚଳ ରେ ରହିଥିବା ଭିତ୍ତିଭୂମି ଓ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବାରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବା ସହ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ତଥା ଉନ୍ନତ ମାନର ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିବା କୁହାଯାଉଛିI ସରକାରଙ୍କ ଦୂରଦୃଷ୍ଟି ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଥିବା ବେଳେ ଜିଲ୍ଲାପାଳଙ୍କ ଗସ୍ତ ଓ ପ୍ରତକ୍ଷ୍ୟ ତଦାରଖ, ଏହି କାର୍ଯ୍ୟକ୍ରମ ପ୍ରତି ସରକାରଙ୍କ ଗମ୍ଭୀରତା ସ୍ପଷ୍ଟ କରୁଛି I
ନିଜ ଗସ୍ତ ସମୟରେ ଶ୍ରୀମତୀ ପାଟୱାରୀ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଯାଞ୍ଚ କରିବା ସହ, ଉପସ୍ଥିତ ଜନସାଧାରଣଙ୍କ ପାଇଁ ବିଶେଷ କରି ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବ୍ୟବସ୍ଥିତ ଓ ସୁବିଧାଜନକ ହୋଇଥିବା ନେଇ ତଦାରଖ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ୍ ଉଦ୍ଘାଟନ ସମୟରେ ସବୁ କିଛି ଠିକ ଅଛି ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଥିଲେ।
“ଏହି ପଦକ୍ଷେପ ଓଡିଶାର ଗ୍ରାମୀଣ ବିକାଶ ଦିଗରେ ରେ ଏକ ମାଇଲଖୁଣ୍ଟ ହେବ ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆମେ ପ୍ରତ୍ୟେକ ଗ୍ରାମକୁ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବା ପାଇଁ ଉତ୍ସର୍ଗୀକୃତ ବୋଲି ଗଣମାଧ୍ୟମକୁ ଉତ୍ତର ରଖିବା ବେଳେ ସେ ସ୍ପଷ୍ଟ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି,ସ୍ଥାନୀୟ ନେତା, ଏବଂ ବ୍ଲକର ବିଭିନ୍ନ ସ୍ଥାନରୁ ସମ୍ପ୍ରଦାୟର ପ୍ରତିନିଧୀ ଓ ଜନସାଧାରଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜିଲ୍ଲାପାଳଙ୍କ ଗସ୍ତ ଏହି କାର୍ଯ୍ୟକ୍ରମର ବିଶେଷତା ଓ ତାଙ୍କ ସକ୍ରିୟ ଆଭିମୁଖ୍ୟକୁ ବହୁଳ ଭାବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି I
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର.
More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।