ରାୟଗଡା,(ଆମ ଓଡିଶା ଖବର )କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସଦର ମହକୁମା ରେ ଜାନୁଆରୀ ୨୪ ତାରିଖରେ ଏକ ଅଭାବନୀୟ ପରିସ୍ଥିତିରେ ଜଣେ ବିବାହିତ ବେଙ୍ଗଲୀ ମହିଳା ନାମ ଟୁଲୀ ଗୋଲଧର ସ୍ୱାମୀ ଅସୀନ୍ତ ଗୋଲଧର ବୟସ ୩୨ ସେ ଆତ୍ମହତ୍ୟା କରିଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ଶବ ଉଦ୍ଧାର କରିଥିଲା । ଘଟଣା କୁ ନେଇ ପରିବାର ପକ୍ଷରୁ କାହା ବିରୋଧ ରେ କୌଣସି ଅଭିଯୋଗ ହେଇ ନ ଥିବା ବେଳେ ମୃତ ମହିଳା ଙ୍କର ବି କୌଣସି ସୁଇସାଇଡ଼ ନୋଟ ନ ଥିବା ପୋଲିସ ପ୍ରକାଶ କରିଛି । ମୃତ ମହିଳାଙ୍କ ପିତା କିନ୍ତୁ ବିବାହିତ ଦମ୍ପତିଙ୍କ ମଧ୍ୟରେ କେହି ବେବେ ଖୁସିରେ ଆତ୍ମହତ୍ୟା କଲାଣି କି ବୋଲି ପୋଲିସ ର ତଦନ୍ତ ବେଳେ ଭିଡ଼ିଓ କୋଲ ଜରିଆରେ ଏକ ପ୍ରଶ୍ନ କରିଥିବା ଜଣା ପଡିଥିଲା। ହେଲେ ମହିଳା ଙ୍କର ବହୁମୂଲ୍ୟ ଜୀବନ ଚାଲିଯାଇଥିବା ବେଳେ ଏ ନେଇଁ କାହାରି ଲିଖିତ ଅଭିଯୋଗ ହେଇ ନ ଥିବା କାଶୀପୁର ପୋଲିସ କହିଛି ।
ପ୍ରକାଶ ଥାଉକି ଉକ୍ତ ଘଟଣାର ମୃତ ମହିଳା ଜଣକ ହେଲେ ଆତ୍ମ ଘୋଷିତ ବଙ୍ଗାଳି ଡକ୍ଟର ଅସିନ୍ତ ଗୋଲଧର ଙ୍କର ସ୍ତ୍ରୀ ଟୁଲି ଗୋଲଧର । ଉଭୟ ୧୦ ବର୍ଷ ରୁ ଉର୍ଦ୍ଧ ହେବ ଅଞ୍ଚଳରେ ରହି ରୋଗୀ ସେବା ରେ ନିୟୋଜିତ ଥିଲେ । ଚଦ୍ରଗିରି ଗ୍ରାମବାସୀ ଙ୍କର ସୂଚନା ପ୍ରକାରେ ଉଭୟ ଙ୍କ ମଧ୍ୟରେ କୌଣସି କାରଣରୁ ସମ୍ପର୍କ ଭଲ ନ ଥିବା ବେଳେ ଏକାଧିକ ଥର ଅକାରଣ ରେ ଅସୀନ୍ତ ନିଜ ସ୍ତ୍ରୀ ଟୁଲି ଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ପୁଣି ସ୍ତ୍ରୀ ପ୍ରତି ସନ୍ଦେହ କରି ଘରର ପ୍ରତିକୋଣ ରେ ସିସି ଟିଭି କ୍ୟାମେରା ସଂଯୋଗ କରି ନିଜ ମୋବାଇଲ ରେ ଅପରେଟ କରୁଥିଲେ ବୋଲି ଆଖପାଖ ଲୋକେ ପ୍ରକାଶ କରିଛନ୍ତି । ସ୍ପଷ୍ଟ ହେଉଛି ମୃତ୍ୟୁ ସମୟରେ ଏକ କୁଲର ସାହାଯ୍ୟ ରେ ଛାତ ର ଲୁହା ପାଇପ ରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ସମ୍ପୂର୍ଣ ଚିତ୍ର ସିସି ଟିଭି କ୍ୟାମେରା ର ପ୍ରମାଣ ବର୍ତ୍ତମାନ ପୋଲିସ ନିକଟରେ ରହିଛି ।
ହେଲେ ମୃତ୍ୟୁ ପରଦା ପଛର ଅସଲି ରହସ୍ୟ ଓ ରହସ୍ୟରେ ଅସଲି ଖଳନାୟକ ଙ୍କୁ ଖୋଜିବା ଓ ଅଧିକ ତଦନ୍ତ ରେ ଅପରାଧୀ ଙ୍କୁ ଅନ୍ତର୍ଭୁକ୍ତ କରିବା କାଶୀପୁର ପୋଲିସ ପାଇଁ ଏକ ଚ୍ୟାଲେଞ ହୋଇ ଯାଇଛି।
ଅନ୍ୟପଟେ ସ୍ୱାମୀ ଅସିନ୍ତ ଗୋଲଧର ନିର୍ଭୟ ରେ ଅସ୍ତିବିସର୍ଜନ ବାହାନା ରେ ବାହାରେ ବୁଲୁଛନ୍ତି । ଏଭଳି ସ୍ଥିତିରେ ପୋଲିସ ର ପ୍ରାଥମିକ ତଦନ୍ତ କୁ ନେଇଁ ଏକ ଅସ୍ୱାଭାବିକ ମୃତ୍ୟୁ ର ମାମଲାରେ UD ୦୧ DT ୨୫/୧/୨୫ ରେ ଏକ କେଶ ରୁଜୁ କରାଯାଇଛି। ହେଲେ ଏହି ପରିସ୍ଥିତି ରେ ପ୍ରକୃତ ଦୋଷୀ ଦଣ୍ଡିତ ହେବ ନା ଘଟଣା ଟି ଧୀରେ ଧୀରେ ଶୀତଳ ଭଣ୍ଡାର ରେ ସୀମିତ ରହିବ ସାଧାରଣ ରେ ପ୍ରଶ୍ନ ସୃଷ୍ଟି ହେଉଥିବା ଦେଖିବାକୁ ମିଲୁଛି । କିନ୍ତୁ ଯେଉଁ ପର୍ଯ୍ୟନ୍ତ ଶବ ବ୍ୟବଛେଦ ର ରିପୋର୍ଟ ଆସିନି ସେ ପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇନଥିବା କାଶୀପୁର ପୋଲିସ ପ୍ରକାଶ କରିଛି। ଏବେ ପୂଣି ଆଗକୁ ଦେଖିବାକୁ ଶବ ବ୍ୟବଛେଦ ରିପୋର୍ଟ କେତେଶୀଘ୍ର ଆସିବ ଏବଂ ନିରପେକ୍ଷ ତଦନ୍ତ ରେ ପୋଲିସ ସୁରାଖ ମୁତାବକ କେଉଁ ପ୍ରକାର ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର.


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.