ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଡ଼lବରଧୁଆ ପାଟଣାର ଚୁଡ଼ା ଗ୍ରାମର ହିନ୍ଦୁ ମୁସଲିମ ଭାଇଚାରା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଏକ ଦିବସୀୟ ଦ୍ବାଦଶତମ ରାଜ୍ୟ ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ -୨୦୨୫ ର ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେକ ଗୋଲାମ ନବି ତରଫଦାର୍ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରଦିପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ ।

ସମ୍ମାନିତ ଅତିଥି ଭାବେ କ୍ୟାପଟେନ ମନ୍ମଥ ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ସୁଭେନ୍ଦ୍ର କୁମାର ସାହୁ , ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସେଠୀ ,ବରିଷ୍ଟ ସମାଜ ସେବୀ ପ୍ୟାରୀମୋହନ ଦାସ , ଗ୍ରାମ ସଭାପତି କୈଳାସ ସାହୁ , ଗୋଲଖ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖେଳକୁ ଲଳିତ ମୋହନ ବଳିଆରସିଂ , ଅବଦୁଲ ରସିଦ ଖାଁ ପରିଚାଳନା କରିଥିବା ବେଳେ ଆୟୋଜକ ଅନୁଷ୍ଠାନ ର ସଭାପତି ଅନୱର ଖାଁ ଓ ଆଫଜଲ୍ ନୱାଜ ସଂଯୋଜନା କରିଥିଲେ ।ଙ୍କ ଆୟୋଜିତ ସଭାରେ ଅବଦୁଲ ଅବିଦ୍ ଖାଁ(ଟୁଲୁ) ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବଦୁଲ କାଦିର ଖାଁ ଖେଳ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ ଭାଗ ନେଇଥିବା ବେଳେ ଇଟlମାଟି ଦଳ ଓ ଗୋଡାରେମୂଳ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା

। ମ୍ୟାଚ୍ ବହୁତ୍ ସଂଘର୍ଷପୂର୍ଣ୍ଣ ଥିଲା ଶେଷରେ ଗୋଡ଼ା ରାଇମୂଳଦଳକୁ ହରାଇ ଇଟlମାଟି ଦଳ ଚାମ୍ପିଅନ ହୋଇଥିଲା । ଇଟlମାଟି ଦଳକୁ ଚମ୍ପିୟାନ ଟ୍ରଫି ସହ ପ୍ରୋତ୍ସାହନ ରାଶି ଓ ଗୋଡା ରାଇମୂଳ ଦଳକୁ ରନର୍ସଅପ୍ ଟ୍ରଫି ସହ ପ୍ରୋତ୍ସାହନ ରାଶି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।ଶେଷରେ ଶୀତୁଆ ସନ୍ଧ୍ୟା ରେ ବହୁ ଦର୍ଶକ ଖେଳ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା । ଗ୍ରାମାଞ୍ଚଳ ରେ ଏଭଳି ଆୟୋଜନ କୁ ଆୟୋଜକ ସଂସ୍ଥା ଓ ଚୁଡ଼ା ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଅତିଥି ବୃନ୍ଦ ।
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l
ସାମ୍ବାଦିକଙ୍କ ମାତୃ ବିୟୋଗ l
ବାଲୁଗାଁ ରେ ଖୋଲିଲା ସପିଙ୍ଗ ବଜାର l