ବାଲୁଗାଁ ଓଡ଼ିଆର୍ଟ ସେଣ୍ଟର ରେ ପେବୃଆରି ୧୧ ଠାରୁ ୧୪ ପର୍ଯନ୍ତ ହେବ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ  l

୧ / ଆନ୍ତର୍ଜାତୀୟ ଛାତ୍ର ଓ ଛାତ୍ରୀଙ୍କ କଳା କର୍ମଶାଳା:

ପରସ୍ପରକୁ ପ୍ରତିଫଳିତ କରିବା – ଇନ୍ଦ୍ରଜାଲ ପରି ଏକ ଯାତ୍ରା (Reflecting Each Other – A Journey Through Indra’s Net)

ଆନ୍ତର୍ଜାତୀୟ ଛାତ୍ର ଓ ଛାତ୍ରୀଙ୍କ କଳା ପ୍ରଦର୍ଶନ କର୍ମଶାଳାରେ ବିଭିନ୍ନ ଦେଶର ଛାତ୍ର ଛାତ୍ରୀ ମାନଙ୍କୁ କଳା ମାଧ୍ୟମରେ ସଂଯୋଗ ଏବଂ ସୃଜନଶୀଳତାରେ ଯୋଡିବା ଏହାର ଉଦ୍ଦେଶ୍ୟ । ଇନ୍ଦ୍ରଜାଲ ପରି ପରସ୍ପରକୁ ପ୍ରତି ଫଳିତ କରିବା ଓ ସବୁକିଛି ସଂଯୁକ୍ତ କରିବା ଏହାର ଲକ୍ଷ୍ୟ | ଏହା କଳା ବିନିମୟ ପାଇଁ ଭାରତ ଏବଂ ଦକ୍ଷିଣ କୋରିଆର ଛାତ୍ର ଛାତ୍ରୀ, ଶିକ୍ଷକ ମାନଙ୍କୁ କଳା ଜରିଆରେ ଏକତ୍ର କରିବାକୁ ଓଡ଼ିଆର୍ଟ ସେଣ୍ଟର ଫେବୃୟାରୀ ୧୧-୧୪ ତାରିଖ ପର୍ଯନ୍ତ କାର୍ମଶାଳା ଅନୁଷ୍ଠିତ କରୁଛି | ଚଳିତ ବର୍ଷ ଭାରତର ଛାତ୍ରମାନଙ୍କ ସହିତ ଦକ୍ଷିଣ କୋରିଆର ଦୁଇ ଶିକ୍ଷକ ଏବଂ ଚାରିଜଣ ଛାତ୍ର ଅଂଶଗ୍ରହଣ କରିବେ । ବିଦ୍ୟାଳୟ ଏବଂ କଲେଜ ଗୁଡ଼ିକ ମଧ୍ୟ କର୍ମଶାଳାରେ ଅଂଶଗ୍ରହଣ କରିବେ | ଆଲୋଚନା ଏବଂ ପରାମର୍ଶ ମାଧ୍ୟମରେ, ଅଂଶଗ୍ରହଣକାରୀମାନେ ସେମାନଙ୍କର କଳାତ୍ମକ ଅଭିବ୍ୟକ୍ତି ଅନ୍ୟମାନଙ୍କ ସହିତ କିପରି ସଂଯୋଗ ହୁଏ ତାହା ଅନୁସନ୍ଧାନ କରିବେ । ଫେବୃଆରୀ ୧୧, ୨୦୨୫ ରୁ ଚାରି ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି କର୍ମଶାଳା ଦୁଇ ଦେଶ ମଧ୍ୟରେ ସଂସ୍କୃତିର ସେତୁ କରିବା ସହିତ କଳାତ୍ମକ ଦକ୍ଷତା ବିକାଶରେ ସାହାଯ୍ୟ କରିବ ।

କର୍ମଶାଳାରେ ଟେରାକୋଟା ଆର୍ଟ ସହ, ମୂରାଲ ପେଣ୍ଟିଂ, ମାସ୍କ ମେକିଂ, ଯୋଗ ଓ ପାରମ୍ପାରିକ ଖେଳ, ଲୋକ ପ୍ରତିଯୋଗିତା, ରୋଷେଇ ଅଭିଜ୍ଞତା, ଏବଂ ନୃତ୍ୟ ଓ ସଙ୍ଗୀତ ବିନିମୟ ଆଦି କାର୍ଯକ୍ରମ କରାଯିବ |

୨ / ଓଡ଼ିଆର୍ଟ ସେଣ୍ଟର ସାମୁହିକ କଳା ପ୍ରଦର୍ଶନ (ବିଷୟ- ପ୍ରତିବିମ୍ବ) -Recollection

ପ୍ରତିବିମ୍ବ ବିଷୟ ଉପରେ ନିମ୍ନଲିଖିତ ବେଙ୍ଗଲ ଓ ଓଡ଼ିଶାର ସୁନାମଧନ୍ୟ ଚିତ୍ରକରଙ୍କ କଳାକୃତି ପ୍ରଦର୍ଶନ କରାଯିବ । ଶ୍ରୀ ଚନ୍ଦନ ଭଣ୍ଡାରୀ, ଶ୍ରୀ ଦେବାଶିଷ ବାଉରୀ, ଶ୍ରୀ ପି. କେ. ଦାଶ, ଶ୍ରୀ ରବିନ ରୟ, ଶ୍ରୀ ସ୍ବପଂ ବାଳା, ଏବଂ ଶ୍ରୀ ସଞ୍ଜୀବ ସାହା ।

ସ୍ମୃତିର ଶକ୍ତି କଳା ଅନୁସନ୍ଧାନ କରେ । ୬ ଜଣ କଳାକାରଙ୍କୁ ନେଇ ଏହି ପ୍ରଦର୍ଶନୀରେ ବିଭିନ୍ନ କଳା ମାଧ୍ୟମରେ ନଷ୍ଟାଲର୍ଜିଆ, ବ୍ୟକ୍ତିଗତ ଇତିହାସ ଏବଂ ସଂସ୍କୃତି ପ୍ରଦର୍ଶିତ ହେବ ।

ଏହି କଳାଗୁଡ଼ିକ ଅନୁଭୂତି, ଭାବନା ଏବଂ କ୍ଷଣସ୍ଥାୟୀ ମୁହୂର୍ଭଗୁଡ଼ିକୁ କାବୁ କରିଥାଏ । ଫେବୃଆରୀ ୧୧ ରୁ ଏପ୍ରିଲ ୧୦, ୨୦୨୫ ପର୍ଯ୍ୟନ୍ତ ଦୁଇ ମାସ ଧରି ଡାଲୁଥିବା, ସ୍ମୃତି, ସମୟ ଏବଂ ପରିଚୟ ଉପରେ ପ୍ରତିଫଳିତ କରିବା ଏହି ପ୍ରଦର୍ଶନୀର

ଏହି ଦୁଇ କାର୍ଯ୍ୟକ୍ରମକୁ ଫେବୃଆରୀ ୧୧ ରେ ୪ ଟା ସମୟରେ ନାନପୁର ଗାଁର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାର ତ‌ଥା ଲେଖକ ପ୍ରଫୁଜ ମହାନ୍ତି ଉଦଘାଟନ କରିବେ ।

error: Content is protected !!