ରାୟଗଡ:-(ଆମ ଓଡ଼ିଶା ଖାବର )ତା. ୧୬/୦୨-ଆଜି ସ୍ଥାନୀୟ ହାଲୁଆ ତୋଟା ଠାରେ ରlୟଗଡ଼ ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ଆନନ୍ଦ ରାଓ ଯୋଗଦାନ କରି ନିଜର ବକ୍ତବ୍ୟରେ ସମବେତ ଭିନ୍ନକ୍ଷମ ମାନଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ ଭିନ୍ନକ୍ଷମ ହେଉଛନ୍ତି ସାକ୍ଷାତ ଭଗବାନ ସେମାନଙ୍କ ମୁହଁରେ ହସ ଫୁଟାଇବା ସମସ୍ତଙ୍କ ଦାୟିତ୍ୱ ତାସହ ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଏକତ୍ରିତ ହେବା ନିମନ୍ତେ ଆହ୍ବାନ କରିଥିଲେ । ଏହି ପରୀପ୍ରେକ୍ଷୀରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପୁଷ୍ପଲତା ଦିକ୍ସିଟ ଯୋଗଦେଇ ତାଙ୍କ ଅଭିଭାଷଣରେ ଉପସ୍ଥିତ ଦିବ୍ୟାଙ୍ଗ ଙ୍କ ଏକତ୍ରିତ ହେବା ନିମନ୍ତେ ଆହ୍ବାନ କରିବା ସମେତ ସରକାରୀ ଯୋଜନା ର ଲାଭ ଉଠାଇବା ନିମନ୍ତେ ସଚେତନ କରାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ରଖିବା ସହ ଭିନ୍ନକ୍ଷମ ସଶକ୍ତି କରଣ ଓ ସମାବେଶି ସମାଜ ଗଠନ ଉପରେ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ଆଲୋକପାତ କରାଇ ଥିଲେ । ଏହି କାର୍ଯ୍ୟକର୍ମ ରେ ଅତିଥି ଭାବେ ଅବସର ପ୍ରାପ୍ତ ବିଶେଷଜ୍ଞ ଶିକ୍ଷା ତଥା ବୁଦ୍ଧିଜୀବୀ ଓ ସମାଜସେବୀ ଭାବେ ପରିଚିତ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ବିଷୟ ଦିଗଦର୍ଶନ କରିବା ସହ ସେମାନଙ୍କ ପାଖର ଏକ ଭିନ୍ନ ପ୍ରକାର ଶକ୍ତି ଥିବା କଥା କହି ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କ ମନବଳ ବଢାଇ ଥିଲେ । ଏହି କାର୍ଯ୍ୟକର୍ମ ରେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀ ସୁପ୍ରିତ୍ ସନ୍ତୋଷ ବଛା ଯୋଗ ଦେଇ ଭିନ୍ନକ୍ଷମ ପ୍ରତିଭା ମାନଙ୍କ ମନ ବଳ ବଢାଇବା ସହ ସେମାନଙ୍କୁ ସଙ୍ଗୀତ ପରିବେଷଣ ରେ ଅଗ୍ର ଅଗ୍ରାଧିକାର ଦିଆ ଯିବ ବୋଲି ପ୍ରତିଶ୍ୱତି ଦେଇଛନ୍ତି। ଏହା ପରେ ସଂଘ ର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସଦସ୍ୟ ମାନଙ୍କୁ ସେମାନଙ୍କ କାର୍ଯ୍ୟ ନିମନ୍ତେ ସମ୍ମାନିତ ଉପସ୍ଥିତ ଅତିଥି ଙ୍କ ଦ୍ଵାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଏଗାର ଟି ବ୍ଲକ୍ , ମୁନିସିପାଲିଟି ଏନ୍ ଏ ସି ରୁ ସମସ୍ତ ଭିନ୍ନକ୍ଷମ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଶେଷରେ ସଂଘର ସଭାପତି ଶିଶିର ରାଉଳ ଓ ସମ୍ପାଦକ ଅମରେନ୍ଦ୍ର ନାଥି ଉପସ୍ଥିତ ଅତିଥି , ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।