ଖୋର୍ଦ୍ଧା- (ଆମ ଓଡ଼ିଶା ଖବର) ସୋମବାର ସକାଳ ସମୟରେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ କୁମାରବସ୍ତ ଗ୍ରାମ୍ୟ ଜଙ୍ଗଲ ଏକ ହରିଣ ପଲ୍ଲକୁ ବୁଲା କୁକୁର ଆକ୍ରମଣ କରିବା ଫଳରେ ଗୋଟିଏ ହରିଣ ଶାବକ ଗୁରୁତର ଭାବେ ଆଘାତ ପାଇ ଛଟ ପଟ ହେଉଥିବାବେଳେ ସ୍ଥାନୀୟ ଗ୍ରାମବାସୀ ହରିଣ ଛୁଆଟିକୁ ଉଦ୍ଧାର କରି ସକାଳ ୭ଟା ସମୟରେ ଚିକିତ୍ସା ପାଇଁ ଖୋର୍ଦ୍ଧା ପଶୁ ଚିକିତ୍ସାଳୟକୁ ନେଇ ଥିଲେ । ସେଠାରେ ଓ.ପି. ଡି. ଦାୟିତ୍ୱରେ ଥିବା ଡାକ୍ତର ଗୁରୁତର ଭାବେ ଆହତ ହୋଇ ରକ୍ତସ୍ରାବ ହେଉଥିବା ହରିଣ ଛୁଆଟିକୁ ବନ ବିଭାଗ ବିନା ଅନୁମତିରେ ଚିକିତ୍ସା କରିବେ ନାହିଁ ବୋଲି ରୋକ ମନା କରିଦେଇଥିଲେ । ତେବେ ଗ୍ରାମବାସୀମାନେ ହରିଣ ଛୁଆଟିକୁ ଧରି ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ l ସେଠାରେ ବନାଞ୍ଚଳ ଅଧିକାରୀଙ୍କୁ ଆହତ ହରିଣ ଛୁଆକୁ ତୁରନ୍ତ ଚିକିତ୍ସା ସେବା ଯୋଗେଇଦେବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ କୌଣସି ସହଯୋଗ କରିନଥିଲେ l ଘଟଣା ସମ୍ପର୍କରେ ଖୋର୍ଦ୍ଧାର ଗଣ ମାଧ୍ୟମ ପ୍ରତିନିଧି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆହତ ହରିଣ ଛୁଆର ତୁରନ୍ତ ଚିକିତ୍ସା ପାଇଁ ଆବଶ୍ୟକ ଅନୁମତି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ବନାଞ୍ଚଳ ଅଧିକାରୀ ଉତ୍ୟକ୍ତ ହୋଇ ମୁଁ ଛୁଟିରେ ଅଛି ..ମୁଁ କିଛି କରି ପାରିବି ନାହିଁ ବୋଲି କହିଥିଲେ । ଉପସ୍ଥିତ ଗ୍ରାମବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାରେ ହୋ ହଲା କରିବା ପରେ ବହୁ ବିଳମ୍ବରେ ଆହତ ହରିଣ ଛୁଆର ଚିକିତ୍ସା କରିଥିଲେ ମଧ୍ୟ ହରିଣ ଛୁଆଟିର ମୃତ୍ୟୁ ଘଟିଥିଲା l ଏହି ଘଟଣା ସମ୍ପର୍କରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି l
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l