ଖୋର୍ଦ୍ଧା: (ଆମ ଓଡ଼ିଶା ଖବର) ପରଷ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଭାଷାର ଆବଶ୍ୟକତା ରହିଛି। ମାତୃଭାଷା ମାଧ୍ୟମରେ ଆମେ ନିଜେ ନିଜର ପରିଚୟ ସୃଷ୍ଟି କରିପାରିବ। ଶିକ୍ଷା କ୍ଷେତ୍ରରେ ନିଜ ମାତୃଭାଷାର ଗୁରୁତ୍ଵ ଉପଲବ୍ଧି କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ପ୍ରଦାନ କରି ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଥିଲା। ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍କୁଲର ପ୍ରତିଷ୍ଠାତା ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଯୋଗ ଦେଇ ନିଜ ମାତୃଭାଷାର ସଂଜ୍ଞା ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ମାତୃଭାଷା ସଂଜ୍ଞା ସମ୍ପର୍କିତ ବକ୍ତୃତା, ଓଡ଼ିଆ ଭାଷାରେ ସମ୍ବାଦ ପତ୍ର ପଠନ, ପୁସ୍ତକ ପଠନ, ଓଡ଼ିଶାର ୩୦ଟି ଜିଲ୍ଲା ସମ୍ପର୍କ ରେ ଶ୍ରୁତଳିଖନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏତଦ୍ ବ୍ୟତୀତ ବଙ୍ଗାଳୀ ଏବଂ ଭୋଜପୁରୀ ଭାଷାଭିତ୍ତିକ ଛାତ୍ର ଛାତ୍ରୀ, ଶିକ୍ଷୟତ୍ରୀ ନିଜ ନିଜର ମାତୃଭାଷା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ନିଜ ନିଜର ମାତୃଭାଷାର ପରିଚୟ ଭବିଷ୍ୟତରେ ସବୁ କ୍ଷେତ୍ରରେ ପ୍ରଦାନ କରିବାକୁ ଅନୁଷ୍ଠାନର ନିର୍ଦ୍ଧେଶକ ସମସ୍ତଙ୍କୁ ଶପଥ କରାଇଥିଲେ। ଶେଷରେ ସମବେତ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l