ବାଲୁଗାଁ (ଆମ ଓଡ଼ିଶା ଖବର )ବାଲୁଗାଁ ବଜାର ହନୁମାନ ପରିବା ସଂଘର ନୂତନ ମାର୍କେଟ କମ୍ପ୍ଲେକ୍ସଠାରେ ମେଗା ସପିଙ୍ଗ ବଜାରର ଉଦ୍ଘାଟନ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତୀ ପାଇକରାୟଙ୍କ ଦ୍ୱାରା ହୋଇଯାଇଛି ପ୍ରଥମେ ଫିତା କାଟି ସପିଙ୍ଗ ବଜାରକୁ ପ୍ରବେଶ କରିବା ସହିତ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲୁଗାଁଏନଏସିର ସମସ୍ତ କାଉନସିଲର ସହିତ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥିଭାବେ ସଂସ୍ଥାର ଆଡଭୋକେଟ ବିରଞ୍ଚି ନାୟକ,ସନ୍ଦୀପ ମହାପାତ୍ର ଆଡଭୋକେଟ ବାଣପୁର ବାର, ଜୟହିନ୍ଦଫାଉଣ୍ଡେସନର ସମ୍ପାଦକ ସେକ କୌସର, ଆୱାଜ ଓଡ଼ିଶା ଚ୍ୟାନେଲର ସମ୍ପାଦକ ମିର ମକ୍ସୁଦଅଲୀ,ବରିଷ୍ଠ ସାମ୍ବାଦିକ ସୟଦ ଲିୟାକତ ଅଲୀ, ମଞ୍ଚାସିନ ହୋଇଥିଲେ,ମଞ୍ଚ ପରିଚାଳନା କରିଥିଲେ ମେଗା ସପିଙ୍ଗ ବଜାରର ମ୍ୟାନେଜର ଅଜୁଭାଇ, ଏବଂ କାର୍ଯ୍ୟକ୍ରମର ସମସ୍ତ ଦାୟୀତ୍ଵ ସଂଞ୍ଚାଳନ କରିଥିଲେ ଆମ ଓଡ଼ିଶା ଖବରର ସମ୍ପାଦକ ସେକ ରୌସନ,ଏହି ସପିଙ୍ଗ ବଜାରର ବିଶେଷ ଆକର୍ଶଣ ଥିଲା ସୁଲଭ ମୂଲ୍ୟରେ ସମସ୍ତ ଘରକରଣା ସାମଗ୍ରୀ ଛୋଟ ପିଲାମାନଙ୍କ ସ୍କୁଲ ବ୍ୟାଗ ମହିଳାମାନଙ୍କ ପାଇଁ ସମ୍ବଲପୁରି ଶାଢ଼ୀ ଚୁଡି କାନଫୁଲ ଏବଂ ପୁରୁଷ ମାନଙ୍କର ଧୋତି ପଞ୍ଜାବି ଇତ୍ୟାଦି ସୁଲଭ ମୂଲ୍ୟରେ ମିଳିଥାଏ l ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ମାସ ଧରି ଚାଲୁରହିବା ସହିତ ପ୍ରତ୍ୟେକ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ସଂସ୍ଥାର ମାଲିକ ମୁନ୍ନାଭାଇ ପ୍ରକାଶ କରିଛନ୍ତି l
ବାଲୁଗାଁ ରେ ଖୋଲିଲା ସପିଙ୍ଗ ବଜାର l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।