ଖୋର୍ଦ୍ଧା : (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସିଓଦା ପଂଚାୟତ ଟାଙ୍ଗିସାହି ଗ୍ରାମର ଜଣେ ଧର୍ମପରାୟଣ ବୃଦ୍ଧା ତଥା ସାମ୍ବାଦିକଙ୍କ ମାତୃଙ୍କର ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ସୂଚନାମତେ ମହିୟସୀ ମାତା ଝରି ସ୍ୱାଇଁ(୭୨)ଦୀର୍ଘ ଦିନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ତେବେ ଆଜି ଅପରାହ୍ନ ସମୟରେ ପରିବାର ତଥା ଆତ୍ମୀୟ ସ୍ୱଜନ ମାନଙ୍କୁ ଛାଡି ଅଫେରା ରାଇଜକୁ ଚାଲିଯାଇଛନ୍ତି। ସ୍ୱର୍ଗତା ସ୍ୱାଇଁ ଜଣେ ସ୍ନେହୀ, ମିଷ୍ଠ ଭାଷୀ, ପରପୋକାରୀ,ମେଳାପୀ ଓ ସର୍ବୋପରି ଧର୍ମ ପରାୟଣ ବୃଦ୍ଧାଥିଲେ।ତାଙ୍କ ବିୟୋଗରେ ଟାଙ୍ଗିସାହି ଅଂଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମର ଶରୀର ନିକଟରେ ଆତ୍ମୀୟ ସ୍ୱଜନ, ପୁତ୍ର, ପୁତ୍ରବଧୁ, ଝିଅ, ଜାମାତା, ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ।ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ୍ୟ ପରିକ୍ରମା କରି ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇ ଥିଲା। ତାଙ୍କ ଜ୍ୟେଷ୍ଠ ପୁତ୍ର ମନୋଜ ସ୍ୱାଇଁ ମୁଖାଗ୍ନି ଦେଇଥିବା ବେଳେ ନିକଟରେ କନିଷ୍ଠ ପୁତ୍ର ସାମ୍ବାଦିକ କାର୍ତ୍ତିକ ସ୍ୱାଇଁ ଉପସ୍ଥିତ ଥିଲେ।
ରିପୋର୍ଟ , ପ୍ରସନ୍ନ କୁମାର ସ୍ବାଇଁ


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।