ବେଙ୍ଗାଲୁରୁ (ଆମ ଓଡ଼ିଶା ଖବର )ଗିରଫ ହେଲେ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓ । ଅଭିନେତ୍ରୀଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୋମବାର ଗିରଫ କରାଯାଛି। ସୁନା ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୁଲିସ। ଯାଞ୍ଚ ସମୟରେ, ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଛି। ଜବତ କରାଯାଇଥିବା ସୁନାର ମୂଲ୍ୟ ୧୨କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ୨୦୧୪ରୁ କନ୍ନଡ ଚଳଚ୍ଚିତ୍ର ମାଣିକ୍ୟା ସହିତ ତାଙ୍କ କ୍ୟାରିଅର ଆରମ୍ଭ କରିଥିବା ୩୩ ବର୍ଷୀୟ ଅଭିନେତ୍ରୀ ସୋମବାର ଦିନ ଦୁବାଇରୁ ଏମିରେଟ୍ସ ବିମାନରେ ଭାରତକୁ ଆସିଥିଲେ। ଅଭିଯୋଗ ହୋଇଛି ଯେ, ତାଙ୍କ ସହିତ ଥିବା ଦୁଇଜଣ ବ୍ୟକ୍ତି ବ୍ରିଫକେସରେ ଚୋରା ସୁନା ଆଣୁଥିଲେ। ଚେକିଂ ଶେଷ କରି ବେଙ୍ଗାଲୁରୁ ବିମାନବନ୍ଦର ବାହାରକୁ ଯିବା ପରେ ସେମାନଙ୍କୁ ଅଟକାଇଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଟିମ୍। ପୂର୍ବରୁ ସୂଚନା ଆଧାରରେ ଅଭିନେତ୍ରୀଙ୍କୁ ଅଟକାଇ ତାଙ୍କର ବ୍ରିଫକେସ ଯାଞ୍ଚ କରିଥିଲେ, ଯେଉଁଥିରୁ ୧୪.୮ କିଲୋଗ୍ରାମ ସୁନା ମିଳିଥିଲା। ଏହା ପରେ ଟିମ ତାଙ୍କ ଘରକୁ ଯାଇ ଯାଞ୍ଚ କରିବା ପରେ ପ୍ରାୟ ୩ କୋଟିର ସୁନା ସେଠାରୁ ମିଳିଥିଲା। ଏକାଧିକ ଥର ରାଣ୍ୟା ଦୁବାଇ ଯାଉଥିବାରୁ ଡିଆରଆଇର ନଜର ତାଙ୍କ ଉପରେ ଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବା ସହ ଏବେ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିଦାୟ ବେଳେ ଭାବବିହ୍ୱଳ ହେଲେ ଆଇଆଇସି ବିଶ୍ଵବନ୍ଦିନୀ ବାଘ।
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l
ମୁଖ୍ଯ ସୂଚନା କମିସନର ଭାବେ ଶପଥ ନେବେ ଶ୍ରୀଯୁକ୍ତ ରାଜକୁମାର ଗୋଏଲ।