ରାୟଗଡ:-(ଆମ ଓଡିଶା ଖବର )ତା.୭/୦୩-ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଘରେ ଘରେ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ, ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠି, ସୁଭଦ୍ରା ଭଉଣୀ ମନେ ସାମିଲ ହୋଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ମହିଳା ଦିବସ ପାଳନକୁ ଅଧିକ ସଫଳ କରିବାକୁ ଓ ମହିଳା ମାନଙ୍କ ସମୃଦ୍ଧି କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମ ଅଧିକାରୀ ଅନୀତା ଦାସ, ବରିଷ୍ଠ ରାଜସ୍ବ ସହାୟକ ସୂର୍ଯ୍ୟ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ I
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର.


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।