ରାୟଗଡା :-(ଆମ ଓଡିଶା ଖବର )ଗତ କାଲି ରାତି ୯ ଘଣ୍ଟିକା ସମୟରେ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନାସାହେବ ଓହଲ, Probationer DFO (IFS) ଶ୍ରୀ ପ୍ରତୀକ ପ୍ରକାଶ ଇନ୍ଦକର, ସହକାରୀ ବନସଂରକ୍ଷକ ଶ୍ରୀ ସନ୍ଦୀପ କୁମାର ପୃଷ୍ଟି, ଗୁମ୍ମା ବନରକ୍ଷୀ ଲାବଣ୍ୟ ମାଝୀ, କୁମ୍ବିକୋଟା ବନରକ୍ଷୀ ସମୀର କୁମାର ସାହୁ, ରାଫୁକଣା ବନରକ୍ଷୀ ପ୍ରଦୀପ କୁମାର ସାହୁଙ୍କ ସମେତ ଗୁମ୍ମା ସେକ୍ସନରେ କାର୍ଯ୍ୟରତ ସମସ୍ତ ବନକର୍ମଚାରୀ ମିଳିତ ଭାବେ ଗୁମ୍ମା ସେକ୍ସନରେ ରାତ୍ର ପେଟ୍ରୋଲିଙ୍ଗ କରିବା ସହ ବିଭିନ୍ନ ଜଙ୍ଗଲ ଯଥା: କଦୁପାଡୁ, ଗୁମ୍ମା, ଟିଟିଝୋଲା, ରାଫୁକଣା, ଆଦି ବୁଲି ଜଙ୍ଗଲ ନିଆଁ କୁ ଆୟତ୍ତ କରିଛନ୍ତି l

ଏହି ଗସ୍ତ ରାୟଗଡା ରେଞ୍ଜ ଅଧୀନରେ ଥିବା ଗୁମ୍ମା ସେକ୍ସନରେ ଅନୁଷ୍ଠିତ ହୋଇଥିଲା।
ଏହି ଗସ୍ତ ସମୟରେ, ଡିଏଫଓ ଏବଂ ତାଙ୍କ ଟିମ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତି ସଚେତନତା ବୃଦ୍ଧି କରିବା ଉପର ଜୋର ଦେଇଥିଲେ। ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର.


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।