ରାମନାଗୁଡା:-(ଆମ ଓଡ଼ିଶା ଖବର )୧୦-୦୩-୨୦୨୫-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ରାମନାଗୁଡ଼ା ମଣ୍ଡଳ ବିଜେପି କର୍ମୀ ମାନଙ୍କ ଦ୍ଵାରା ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ରାୟଗଡା ଜିଲ୍ଲାର ନବ ନିର୍ବାଚିତ ଜିଲ୍ଲା ସଭାପତି ଗୋପୀ ଆନନ୍ଦ. ରାୟଗଡା ଜିଲ୍ଲା ର ପୂର୍ବତନ ସଭାପତି ଶିବ ଶଙ୍କର ଉଲାକା. ରାମନାଗୁଡ଼ା ମଣ୍ଡଳ ର ନବ ନିର୍ବାଚିତ ସଭାପତି ଶ୍ରୀନିବାସ ପଣ୍ଡା ରାମନାଗୁଡ଼ା ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା, ରାମନାଗୁଡ଼ା ମଣ୍ଡଳ ପୂର୍ବତନ ସଭାପତି ଚିନା କାଣ୍ଡଗାରୀ. ଶୁଣ୍ଢୀଧାମଣୀ ସରପଞ୍ଚ ଭାସ୍କର କାଡ୍ରାକା ,ରାମନାଗୁଡ଼ା ବିଜେପି ର ବରିଷ୍ଠ କାଯ୍ୟକର୍ତା ନରସିଂହ ମଣ୍ଡାଙ୍ଗୀ ପ୍ରମୁଖ ମଂଚାସୀନ ଥିବା ବେଳେ ନବ ନିର୍ବାଚିତ ଜିଲ୍ଲା ସଭାପତି , ମଣ୍ଡଳ ସଭାପତି,ମଣ୍ଡଳ ପ୍ରତିନିଧି ଉକ୍ତ ସଭାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରାମନାଗୁଡ଼ା ବିଜେପିର ସଂଗଠନ ଜିଲ୍ଲା ର ନୂତନ ସଭାପତି ଙ୍କୁ ପାଇ କିପରି ଆଗକୁ ଯିବ ସେ ବିଷୟରେ ଦଳର ପୂର୍ବତନ ମଣ୍ଡଳ ସଭାପତି ଚିନା କାଣ୍ଡଗରୀ,ଶୁଣ୍ଢୀଧାମିନୀ ସରପଞ୍ଚ ଭାସ୍କର କାଡ୍ରାକା,ନରସିଙ୍ଗ ମଣ୍ଡାଙ୍ଗୀ,ନୂତନ ମଣ୍ଡଳ ସଭାପତି ଶ୍ରୀ ପଣ୍ଡା ନିଜର ଅଭିଭାଷଣରେ ଆଲୋଚନା କରିଥିଲେ।ସେହିପରି ରାୟଗଡା ର ପୂର୍ବତନ ଜିଲ୍ଲା ସଭାପତି ଶିବ ଶଙ୍କର ଉଲାକା ନିଜର ବିଗତ ଦିନର ସଂଗଠନର କଥା ସ୍ମରଣ କରିବା ସହିତ କିପରି ଆଗାମୀ ଦିନର ବ୍ଲକ ଦଖଲ କରି ପାରିବ ସେ ବିଷୟରେ କର୍ମୀ ମାନଙ୍କୁ ଅବଗତ କରାଇଥିଲେ। ପରି ଶେଷରେ ଜିଲ୍ଲା ସଭାପତି ତାଙ୍କର ଅଭିଭାଷଣ ରେ ସେ ପ୍ରତିଶୁତି ଦେଇଥିଲେ କର୍ମୀ ମାନଂକର ସମସ୍ତ ସମସ୍ୟା ସେ ସମାଧାନ କରିବେ ଏଥି ନିମନ୍ତେ ସେ ଏକ ହେଲ୍ପ ଡେସ୍କ ନମ୍ବର ମଧ୍ୟ ଦେଇଥିଲେ ଏବଂ କର୍ମୀ ମାନଙ୍କୁ ଦଳ ପ୍ରତି ଅନୁଗତ ରହିବାକୁ ପରମାର୍ଶ ଦେଇଥିଲେ। ଏହି ସମ୍ବର୍ଦ୍ଧନା ପର୍ବର ମଞ୍ଚକୁ ରାମନାଗୁଡ଼ା ପୂର୍ବତନ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରଘୁନାଥ ସାମଲ ମଞ୍ଚ ପରିଚାଳନା କରିଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଭାଜପାର ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା, କାର୍ଯ୍ୟକର୍ତ୍ତା ତରୁଣ ଗରଡ଼ିଆ,ବ୍ରହ୍ମା କାନ୍ତ ଆଚାରୀ, ଆଦର୍ଶ ଚିନ୍ନାଙ୍କ ସମେତ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ସଭାକୁ ସଫଳ କରିବାରେ ରାମନାଗୁଡ଼ା ମଣ୍ଡଳର ବିଜେପି ଯୁବ ନେତା ଆଶିଷ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ପୁଷ୍ପାଞ୍ଜଳି ମୂଟିକା, ସଂଜୀବ ଦାଶ, ରଘୁନାଥ କଣ୍ଡାଗରୀ,କିଶୋର ଚନ୍ଦ୍ର ବେହେରା, କିରଣ ବଲ୍ଲଭାଇ,ସୁଧୀର ମିଶାଲ,ଶକ୍ତି ପ୍ରସାଦ ପାତ୍ର, ଜଗଦୀଶ ପାତ୍ର,ସୁବ୍ରତ ପୁରୁଷୋତ୍ତମ, ବସନ୍ତ କଲକା, ମୁକୁନା କାଡ୍ରାକା,ପ୍ରତାପ ହୁଈକା,ତୁମ୍ବେସୁ ମଣ୍ଡାଙ୍ଗୀ,ଅମିତ ସାହୁ,ରାଜରାଅ ମଣ୍ଡାଙ୍ଗୀ ମଣ୍ଡାଙ୍ଗୀ. ଗଙ୍ଗାଧର ମଣ୍ଡାଙ୍ଗୀ.ଡମ୍ବୁରୁ ମାଣ୍ଡଙ୍ଗି, ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିବା ସହ ପରିଚାଳନା କରିଥିଲେ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।