ବି.ନୁଆଁଗାଁରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ

ସ୍ୱଳ୍ପ ଦେୟରେ ପାଠ ପଢିବେ ଛାତ୍ରଛାତ୍ରୀ

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ସ୍ଥିତ ବି.ନୂଆଗାଁ ଠାରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି | ଅନୁଷ୍ଠାନର ପ୍ରତିଷ୍ଠାତା ସସ୍ମିତା ନାହାକଙ୍କ ଆବାହକତ୍ବରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହ ସୃଷ୍ଟି ପବ୍ଲିକ ସ୍କୁଲର ଉତ୍ତୋରତର ଉନ୍ନତି କାମନା କରିଥିଲେ ଏବଂ ଆଗାମୀ ଦିନରେ ଏହି ବିଦ୍ୟାଳୟ ପ୍ରତି ସମସ୍ତ ସହଯୋଗ ଜାରୀ ରଖିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ | ଏହା ସହ ନବଘନ ନାୟକ ଡିଗ୍ରୀ କଲେଜର ସମସ୍ତ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ ଶ୍ରୀ ପଣ୍ଡା | ସନମାନିତ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ ତଥା ଉଚ୍ଚ ଶିକ୍ଷା ବିଭାଗର ପ୍ରାକ୍ତନ ଯୁଗ୍ମ ଶାସନ ସଚିବ ଡ଼ଃ ହରିଶ୍ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା ସମ୍ବଧୀୟ ବହୁ ଗୁରୁତ୍ୱପୁର୍ଣ ଉପଦେଶ ଦେବା ସହ ଏହି ଅଞ୍ଚଳରେ ଏଭଳି ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ | ସନମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବରିଷ୍ଠ ଶିକ୍ଷାବିତ ରାମନାଥ ମାଝୀ ଯୋଗ ଦେଇଥିବା ବେଳେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହା ସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ଏହି ବିଦ୍ୟାଳୟରେ ନର୍ସରୀ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆଡ଼ମିଶନ କରିପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ତ୍ରିନାଥ ନାହାକ | ସ୍ୱଳ୍ପ ଦେୟରେ ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟରେ ନାମ ଲେଖାଇବା ସହ ସରକାରଙ୍କ ନିୟମ ଅନୁଯାୟୀ ପଚିଶି ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ | ଏହା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆବଶ୍ୟକୀୟ କମ୍ପୁଟର ଶିକ୍ଷାଦାନ କରାଯିବା ନେଇ କହିଛନ୍ତି ଶ୍ରୀ ନାହାକ | ଖୁବ ଶୀଘ୍ର ଏହି ଇଂରାଜୀ ମିଡ଼ିଅମ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ସହ ନିଜ ପିଲା ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ଏହି ଅନୁଷ୍ଠାନରେ ନିଜ ପିଲା ମାନଙ୍କୁ ନାମ ଲେଖାଇବା ପାଇଁ ଅଞ୍ଚଳର ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ନାହାକ | ତେବେ ଆଜିର ଏହି ଉତ୍ସବରେ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ଥିବା ବେଳେ ବିଧାୟକଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଯୋଗୁଁ ସେ ଉପସ୍ଥିତ ହୋଇ ପାରି ନଥିଲେ | ଯାହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଅନୁଷ୍ଠାନ ପ୍ରତି ବିଧାୟକଙ୍କ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଥିଲେ ଶ୍ରୀ ନାହାକ | ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅରୂପାନନ୍ଦ ପଟ୍ଟନାୟକ,ସୃଷ୍ଟି ଫାଉଣ୍ଡେସନର ସଂଯୋଜକ ପ୍ରକାଶ ଚନ୍ଦ୍ର ଜେନା ଙ୍କ ସମେତ ନବଘନ ନାୟକ ଡିଗ୍ରୀ କଲେଜର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ |

error: Content is protected !!