ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର):ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ବାରିହାହତା ସ୍ଥିତ ସାରୁବନ୍ଧ ର ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟର ଉନ୍ନତିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଯାଇଛି | ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ କରକମଳରେ ଏହି କାର୍ଯ୍ୟର ଭିତ୍ତପ୍ରସ୍ତର ସ୍ଥାପିତ ହୋଇଯାଇଛି | ବ୍ରହ୍ମପୁର ଡିଭିଜନର କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଆର.ଆର. ଆର ଯୋଜନାରେ ପ୍ରାୟ 38 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ବନ୍ଧ କୁ ସମ୍ପୂର୍ଣ ବୁଲି ଦେଖିଥିଲେ ମାନ୍ୟବର ବିଧାୟକ | ଏହି ବନ୍ଧ ଯେପରି ଦୀର୍ଘ ସ୍ଥାୟୀ ହୋଇ ରହିପାରିବ ସେ ନେଇ ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ | ଏହା ସହ ବାରିହହତା ଗ୍ରାମ୍ୟ ରାସ୍ତା ଅତି ନିମ୍ନମାନର ହୋଇଥିବା ଯୋଗୁଁ ଏହାର ଉନ୍ନତିକରଣ ନିମନ୍ତେ ଆର.ଡି ବିଭାଗ କର୍ମଚାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ନେଇ ତୁରନ୍ତ ରାସ୍ତା କାମ ଆରମ୍ଭ କରିବାକୁ ନିର୍ଧେଶ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଏସ.ଡି.ଓ ଇଂ.ନାରାୟଣ ନାୟକ, ଭାରପ୍ରାପ୍ତ ଜେ.ଇ ଗଙ୍ଗାରାମ ଟୁଡୁ ଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ | ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ପ୍ରତିନିଧି ମିଥୁନ ସ୍ୱାଇଁ, ଯୁବନେତା ଅଶୋକ ରଞ୍ଜନ ତାରିଣୀ,ନିରଞ୍ଜନ ପ୍ରଧାନ,ସରୋଜ ସାହୁ, ମନୋରଞ୍ଜନ ନାୟକ,ଦିଲ୍ଲୀପ ସ୍ୱାଇଁ,କମଳ ସ୍ୱାଇଁ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ |
More Stories
ଏମ, ଚମ୍ପେଇତପୁର ରେ ବିଜେପି ର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଜୁତା
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଯୁକ୍ତା