ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ପବିତ୍ର ଦୋଳ ପୁର୍ଣିମା ଏବଂ ହୋଲି ଉପଲକ୍ଷେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ନାଟ୍ୟ ସଂସଦ ପକ୍ଷରୁ ପୌରାଣିକ ନାଟକ “ରଣ ଯଜ୍ଞ ବା ଧର୍ମର ହେବ ଜୟ” ନାଟକ ମଞ୍ଚସ୍ଥ ହୋଇଯାଇଛି | ଲେଖକ ଶ୍ରୀ ବିଜୟ କୁମାର ମାହାନ୍ତିଙ୍କ ଲେଖନୀ ମୁନରୁ ଆଦୃତ ଏହି ମହାନ ପୌରାଣିକ ନାଟକରେ ସମ୍ପାଦକ ଶ୍ରୀ ପ୍ରମୋଦ ମହାରଣା,ଅଧିକାରୀ ଶ୍ରୀ ତପନ କୁମାର ନାୟକଙ୍କ ସମେତ ନାଟ୍ୟ ନିର୍ଧେଶକ ଶ୍ରୀ ସଞ୍ଜୟ କୁମାର ବିଶୋଇ ପ୍ରମୁଖ ନାଟ୍ୟ ପରିଚାଳନାରେ ବିଶେଷ ସହଯୋଗ କରିଥିବା ବେଳେ ପ୍ରକାଶ ଚନ୍ଦ୍ର ଜେନା ଉପସ୍ଥାପକ ଭାବେ ଦାୟିତ୍ୱ ତୁଲାଇ ଥିଲେ | ଆଧୁନିକ ରେକର୍ଡ ଡ୍ୟାନ୍ସ ସାଙ୍ଗକୁ ପୌରାଣିକ ନାଟକର ମଜା ଉଠାଇବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଦର୍ଶକ ଉପସ୍ଥିତ ଥିବା ଦେଖିବାକୁ ମିଳଥିଲା | ସୁସଜିତ ପେଣ୍ଡାଲ ସାଙ୍ଗକୁ ନିର୍ଧେଶକଙ୍କ ବଳିଷ୍ଠ ନିର୍ଧେଶନା ଦର୍ଶକଙ୍କ ମନ ମୋହିଥିଲା | ଏହି ନାଟକରେ କଳାକାର ଭାବେ ମହେଶ୍ୱର ମହାନ୍ତି, ରଂଜିତ ମହାନ୍ତି, ସଦାଶିବ ଡାକୁଆ, ରିଙ୍କୁ ସାହୁ, ଟୁକୁନା ମହାନ୍ତି, ପଦ୍ମଚରଣ ନାୟକ, ବିନୋଦ ଜେନା, ପ୍ରଶ୍ନ ମହାନ୍ତି, ଅଜୟ ମହାନ୍ତି, ଶମ୍ଭୁ ନାୟକ, ପିଣ୍ଟୁ ଜେନା, ରାମକୃଷ ଜେନା ପ୍ରମୁଖ ଅଭିନୟ କରିଥିଲେ | ବୁରୁଝରୀ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ | ଅନ୍ୟପଟେ ଏହି ପବିତ୍ର ଦିବସରେ ବି.ନୂଆଗାଁରେ ମଧ୍ୟ ପୌରାଣିକ ନାଟକ ମଞ୍ଚସ୍ଥ ହୋଇଥିବା ଜଣାପଡିଛି |
More Stories
ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ l
ବି.ନୁଆଁଗାଁରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ
ସାରୁବନ୍ଧର ପୁନଃରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ