ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଅଦଯାପନ

ଗଞ୍ଜାମ (ଆମ ଓଡିଶା ଖବର):22/03/25: ବାଲିପଦର ଆଞ୍ଚଳିକ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଠାରେ ଗତ 11.03.2025 ତାରିଖ ରୁ ଆରମ୍ଭ ହୋଇଥିବା ଆତ୍ମ ସୁରକ୍ଷା କୌଶଳ ତାଲିମ ଆଜି ଅର୍ଥାତ 22.03.2025 ତାରିଖ ରେ ଉଦଯାପିତ ହୋଇଯାଇଛି। ଉକ୍ତ ଉଚ୍ଚବାରେ ସ୍ନାତକ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଗୋପୀନାଥ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସରୋଜ କାନ୍ତ ଦାସ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ର ଅଧିକାରୀଣିନି ଶ୍ରୀମତୀ ମିନତୀ ଆଚାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ଅମୟ କୁମାର ସ୍ୱାଇଁ, ଡ଼କ୍ଟର ଏ ଜିତେଶ ରାଓ ଦୋରା,ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ଏ ଶିବାନୀ ଦେବି ଆଚାରୀ, ଏନ ମୁଦୁରାଜୁ ଦୋରା, ସିମାଞ୍ଚଳ ଗୌଡ଼, ନବଘନ ପ୍ରଧାନ,ପ୍ରଦେଶ କୁମାର ସ୍ୱାଇଁ, ନାରାୟଣ ବଡୁ,ଆଶିଷ କୁମାର ନଇକ, ଶୁଭଲଷ୍ମୀ ଖାଡ଼ଙ୍ଗା ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!