ଗଞ୍ଜାମ: (ଆମ ଓଡିଶା ଖବର)ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ସ୍ଥିତ ଚିଦାନନ୍ଦ ବିହାରରରେ ଆଦର୍ଶ ଶିଶୁ ମନ୍ଦିର ତାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୈ।ପ୍ୟ ଜୟନ୍ତି ପାଳନ କରିଛି।ତିନି ଦିନ ଧରି କାର୍ଯ୍ୟକ୍ରମ ଆରଂଭ କରି ଆଜି ତା’ର ଶେଷ ପର୍ଯ୍ୟାୟରେ। ଶୁକ୍ରବାର ସକାଳ କଳସ ଯାତ୍ରା ,ଅଙ୍କୁରାରୋପଣ , ମାର୍ଗ ଦର୍ଶନ ( ଗାୟତ୍ରୀ ପରିବାର) ତତ୍ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ।୨ ର ଦିବସରେ ୫ କୁଣ୍ଡିଅ ବିଶ୍ଵ କଲ୍ୟାଣ ଗାୟତ୍ରୀ ମହାଯଜ୍ଞ ଗାୟତ୍ରୀ ପରିବାର ଦ୍ବାରା । ତୃତୀୟ ଦିନ ଆଜ ୧ ମ ଠାରୁ ୮ମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ନାଟକ ଜନମଙ୍ଗଳ ଉଦେଶ୍ୟ ରେ କୁନି କଳାକାର ମାନେ ପରିବେଷଣ କରିଥିଲେ।ହଜାର ହଜାର ସଂଖ୍ୟାରେ ଶ୍ରଧେୟ ମାନେ ଉପସ୍ଥିତ ରହି ଉପଭୋଗ କରୁଥିଲେ। ତତ୍ ସହିତ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ହୋଇଥିଲା। ଏହି ରୈ।ପ୍ୟ ଜୟନ୍ତି କାର୍ଯ୍ୟକ୍ରମ ଶିଶୁ ମନ୍ଦିର ର ପରିଚାଳନା କମିଟିର ପ୍ରତ୍ୟେକ୍ଷ ତତ୍ବାବଧାନରେ ହୋଇଥିଲା। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ବାରା ଅନୁମୋଦିତ ଓ ସରକାରୀ ସ୍ବୀକୃତି ପ୍ରାପ୍ତ ବାବନପୁର ଆଦର୍ଶ ଶିଶୁ ମନ୍ଦିର ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ବେଳେ ଏହି ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିବା ଦିଗରେ ଗ୍ରାମ ର କିଛି ଶିକ୍ଷାବିତ ଯଥା:- କୋରାପ୍ରସାଦ ନାୟକ, ସନ୍ତୋଷ କୁମାର ଜେନା,ଶିଶିର କୁମାର ସାହୁ, ମଦନମୋହନ ବାଡତ୍ୟା,କେ. ରାମୁ,ବାସୁଦେବ ସାମଲ, ବସନ୍ତ କୁମାର ନାୟକ,ବିଜୟ କୁମାର ନାୟକ,ପ୍ରଦିପ କୁମାର ନାୟକ, ଶ୍ରୀକାନ୍ତ ପଟ୍ଟନାୟକ,କାଳୁଚରଣ ପଟ୍ଟନାୟକ ସମତେ ଗ୍ରାମ ର ବହୁ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କ ଅବଦାନ। ଶ୍ରୀ ଯୁକ୍ତ ବିଜୟ କୁମାର ନାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ଏହି ଆଦର୍ଶ ଶିଶୁ ମନ୍ଦିର ତାର ରୈ।ପ୍ୟ ଜୟନ୍ତି ପାଳନ କରିପାରିଛି।ବିଜୟ ବାବୁ ବହୁ ଘାତ ପ୍ରତିଘାତ କୁ ସାମ୍ନା କରି ଅନୁଷ୍ଠାନ କୁ ସୂଚାରୁରୂପେ ପରିଚାଳିତ କରି ବହୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ କୃତିତ୍ୱ ହାସଲକରାଇଛନ୍ତି। ଛାତ୍ର ଛାତ୍ରୀ ଓ ଅଭିଭାବକ/ ଅଭିଭାବିକା ଏବଂ ଅଞ୍ଚଳ ବାସୀ ଙ୍କୁ ନେଇ ବହୁ କାର୍ଯ୍ୟକ୍ରମ ପରିବେଷିତ କରିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ
ଆଦର୍ଶ ଶିଶୁ ମନ୍ଦିର ର ରୈ।ପ୍ୟ ଜୟନ୍ତି ଆଜି ଅନ୍ତିମ ଦିନ”ଶୁକ୍ରବାର ଠାରୁ ଆରମ୍ଭ ହୋଇ ରବିବାର ରେ ଅନ୍ତିମ ପର୍ଯ୍ୟାୟ”

More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ