ଯୋଗଦେଲେ ବିଜେପିର ବହୁ ବରିଷ୍ଠ ନେତା
ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ଓଡିଶା ବିଜେପିର ବିଶ୍ୱକର୍ମା ତଥା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ସ୍ବର୍ଗତ ଡ଼ା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଉଧ୍ୟେଶ୍ୟରେ ରବିବାର କୋଦଳା କଲ୍ୟାଣ ମଣ୍ଡପ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ. ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ସଭାରେ ସ୍ବର୍ଗତ ଡ଼ା.ପ୍ରଧାନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ କିଭଳି ଭାବେ ଜଣେ ଦକ୍ଷ ସଂଗଠକ, ଜଣେ ଦକ୍ଷ ରାଜନେତା ତଥା ଓଡିଶାରେ ବିଜେପିର ଅୟମାରମ୍ଭର ପ୍ରମୁଖ ଦାୟିତ୍ୱ ନେଇ ଓଡିଶାର ପୁରପଲ୍ଲୀରେ ନିଜକୁ ପ୍ରତିଷ୍ଠା କରାଇ ପାରିଥିଲେ ସେ ସମ୍ପର୍କରେ ସବିଶେଷ ମତ ରଖିଥିଲେ ଉପସ୍ଥିତ ଅତିଥି | ସାରା ଭାରତ ବର୍ଷରେ ବିଜେପିକୁ ପ୍ରତିଷ୍ଠା କରାଇବା ପାଇଁ ସ୍ବର୍ଗତ ପ୍ରଧାନଙ୍କ ଯେଉଁ ସଂଘର୍ଷ ଓ ଅବଦାନ ରହିଥିଲା ତାହାକୁ ମନେ ପକାଇ ସମସ୍ତେ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିଲେ ତାହା ହେବ ସ୍ବର୍ଗତ ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ ଅତିଥି ବୃନ୍ଦ | ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ଆସିକା ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ,ଖଲ୍ଲିକୋଟ ବିଧାୟକ ଶ୍ରୀ ପୁର୍ଣଚନ୍ଦ୍ର ସେଠି, ଯଜ୍ଞ ନାରାୟଣ ଦାଶ,ବରିଷ୍ଠ ନେତା ଶ୍ରୀ ଅନିଲ ପଣ୍ଡା,ଯୁବନେତା ଶ୍ରୀ ସୀତାରାମ ପାଣିଗ୍ରାହୀ,ଯୁବନେତା ଶ୍ରୀ ଚିତ୍ରସେନ ପରିଡା,ଆଲୋକ ଶତପଥି,ମଠ ସରସିଂ ମଣ୍ଡଳ ସଭାପତି ରତନ ବିଶୋଇ,ଅଶୋକ ତାରିଣୀ, ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମକର୍ତା ଉପସ୍ଥିତ ଥିଲେ |


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।