ରାୟଗଡ ଜିଲ୍ଲା ପ୍ରଶାସନର ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ରାୟଗଡ:-(ଆମ ଓଡିଶା ଖବର )ତା. ୨୪/୦୩- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବୁଥ ସ୍ତରୀୟ ସମସ୍ଯା ସବୁର ସମାଧାନ କରିବେ | ଏହି କ୍ରମରେ ଗତ ତା ୨୦/୦୩/୨୦୨୫ରିଖରେ ରାୟଗଡ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ ପଟ୍ଟାୱରୀଙ୍କ ଅଧକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା | ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରାୟଗଡା ଇ ଆର ଓ ଶ୍ରୀ ନବୀନ ନାୟକ,
ଡେପୁଟୀ କ୍ଟର ଶ୍ରୀ ନାରାୟଣ ମିଶ୍ର,ପ୍ରମୁଖ ଯୋଗ ଦେଇଥିଲେ | ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ନିର୍ବାଚନ ପ୍ରକ୍ରିୟାରେ ବୁଥ ଲେଭେଲ ଏଜେଣ୍ଟ, ପୋଲିଂ ଏଜେଣ୍ଟ, କାଉଣ୍ଟିଙ୍ଗ ଏଜେଣ୍ଟ, ଇଲେକ୍ସନ ଏଜେଣ୍ଟ ସମସ୍ତଙ୍କ ଗୁରୁ ଦାୟିତ୍ଵ ଥାଏ | ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାପାଇଁ ରାଜନୈତିକ ଦଳର କର୍ମକର୍ତ୍ତା ମାନଙ୍କ ଗୁରୁ ଦାୟିତ୍ଵ ରହିଛି | ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ଗଣତନ୍ତ୍ରର ସଫଳତା ପାଇଁ ଜନସାଧାରଣଙ୍କ ସହଭାଗିତା ଆବଶ୍ୟକ | ସମସ୍ତ ଯୋଗ୍ୟ ମତଦାତା ମାନଙ୍କୁ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇ ପାରିବ | ଏଥିପାଇଁ ସେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ | ଆଜି ବୈଠକରେ ଭାରତୀୟ ଜନତା ଦଳ ତରଫରୁ କେ ଅଶ୍ୱିନୀ,ଭାରତୀୟ ଜାତୀୟ କଂଗ୍ରେସରୁ ସଂକର୍ଷଣ ମଙ୍ଗରାଜ,ବିଜୁ ଜନତା ଦଳରୁ ଶ୍ରୀ ଵି. ତିରୁପତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।

error: Content is protected !!