ରାୟଗଡା ଜିଲ୍ଲା କୋଲନରା ବ୍ଲକ ତାରିଖ 24/03/2025(ଆମ ଓଡିଶା ଖବର):ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା କୋଲନରା ବ୍ଲକ ଅନ୍ତର୍ଗତ ବଡ଼ ଖୀଲାପଦର ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇ ଯାଇଛି। କୋଲନରା ବ୍ଲକ ର ବଡ଼ ଖୀଲାପଦର ପଞ୍ଚାୟତ ର ୧୧ ଜଣ ଅଙ୍ଗନବାଡି କର୍ମୀ ଓ ୬୦ ଜଣ କିଶୋରି ଓ କିଶୋର ମାନେ ଅଂଶ ଗ୍ରହଣ କରି ଥିଲେ। ଏଥିରେ ଅଙ୍ଗନବାଡି ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ଜ୍ୟୋସ୍ନା ବିଡ଼ିକା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ କବିତା ମଲ୍ଲିକ ଙ୍କ ନେତୃତ୍ୱ ରେ ଆୟୋଜିତ କିଶୋରି ମେଳା ରେ ଅଦ୍ଵିକା ବୈଠକ ରେ ଯୋଗ ଦେବା, ବାଲ୍ୟ ବିବାହ କୁ ନା ସ୍କୁଲ ଯିବା କୁ ହଁ, ଦକ୍ଷତା ବୃଦ୍ଧି ତାଲିମ, ବେଟି ବଚାଓ ବେଟି ପଢ଼ାଓ ଇତ୍ୟାଦି ବିଷୟ ରେ ଆଲୋଚନା କରାଗଲା।

କିଶୋରୀ ବାଳିକା ଓ ବଳକା ମାନଙ୍କୁ ନେଇ ସଂଗୀତ ପ୍ରତିଯୋଗିତା , ମ୍ୟୁଜିକାଲ ଚୈଏର ଓ ଅଖା ଦୌଡ ପ୍ରତିଯୋଗିତା କରାଯାଇଥିଲା ଏବଂ ବିଜୟୀ ପ୍ରାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
କୋଲନରା ବ୍ଲକ ରୁ ସୁଶାନ୍ତ କୁମାର ପାଣି ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।