ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର ଆଲୋଚନା

ଗଞ୍ଜାମ:( ଆମ ଓଡିଶା ଖବର)25/03/25: ସ୍ଥାନୀୟ ବାଲିପଦର ଆଞ୍ଚଳିକ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସରୋଜ କାନ୍ତ ଦାସ, ଇତିହାସ ବିଭାଗର ସମ୍ବଳ ଶିକ୍ଷକ ଭାବେ ଖେମୁଣ୍ଡି ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ସାହୁ ଓ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବଗ୍ରାହୀ ପଣ୍ଡା ଯୋଗଦେଇ ସାର୍ବଜନୀନ ମାନବାଧିକାର ସନ୍ଦର୍ଭ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୂଖ୍ୟ ତଥା ଅଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାନ୍ତି, ଅଧ୍ୟାପିକା ସଲିଳା ନାୟକ ଙ୍କ ତତ୍ବାବଧାନରେ ଏହି ଆଲୋଚନା ଚକ୍ର ପରିଚାଳିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଅମିୟ କୁମାର ସ୍ବାଇଁ, ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡଃ ଏ ଜିତେଶ ରାଓ ଦୋରା, ମୀନତି ଆଚାରୀ, ଭକ୍ତଲତା ମହାପାତ୍ର ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗର ଶେଷ ବର୍ଷ ଛାତ୍ରୀ ପୂଜା ରାଣୀ ଜେନା ପାଠଚକ୍ରର ସନ୍ଦର୍ଭ ପଠନ କରିଥିଲେ। ପରିଶେଷରେ ସାଂଗଠନିକ ସମ୍ପାଦକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!