ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତୃତୀୟାପଡା ଠାରେ ଅମୃତେଶ୍ୱର ଦେବଙ୍କ ପନ୍ଦରଦୋଳ ଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଦୋଳମହୋତ୍ସବକୁ ନିମନ୍ତ୍ରିତ ହୋଇଥିବା ଠାକୁର ମାନେ ବିମାନ ପାଟୁଆରରେ ପନ୍ଦରଦୋଳ ଯାତ୍ରା ପଡିଆକୁ ବିଜେ କରିଥାନ୍ତି ।ଆସ୍ଥାନ ଠାକୁର ଭାବେ ରାଜଠାକୁର ଅମୃତେଶ୍ୱର ଦେବ ପ୍ରବେଶ କରିଥିବା ବେଳେ ପରେ ମନ୍ତ୍ରୀ ଠାକୁର ରୂପେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱରଦେବ ପ୍ରବେଶ କରନ୍ତି । ସମସ୍ତ ୪୦ଟି ନିମନ୍ତ୍ରିତ ଠାକୁର ରବିବାର ପ୍ରାତଃ ସମୟଠାରୁ ପନ୍ଦର ଦୋଳଯାତ୍ରାରେ ବିଜେ କରିଥିବା ସମସ୍ତ ଦେବାଦେବୀ ମାନେ ଯଥାରିତି ନୀତି ଅନୁଯାଇ ପୂଜା ପାଇବା ସହିତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ଅବସରରେ ଏଠାରେ ଆୟୋଜିତ ଅମୃତ ମହୋତ୍ସବ ୨୦୨୫ ରବିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହୋତ୍ସବର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ , ଆଧୁନିକ ନୃତ୍ୟ , ସମ୍ବଲପୁରୀ , ସାଇକଳା ସଂସଦ ଭୁବନେଶ୍ୱର ଓଡ଼ିଶୀ ନୃତ୍ୟ , କଳାଜିବି ସାଂସ୍କୃତିକ ଅନୁଷ୍ଠାନ ବରଗଡ଼ ସମ୍ବଲପୁରୀ ନୃତ୍ୟ , ଅନ୍ୱେଷଣ ସାଂସ୍କୃତିକ କଳା ପରିଷଦ ଯାଜପୁର , ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ବୋଲଗଡ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସଂସ୍କୃତିକୁ କାର୍ଯ୍ୟକ୍ରମ ରାଜ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଯୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବରିଷ୍ଟ ଶିକ୍ଷାବିତ୍ ହରିବନ୍ଧୁ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଗଣେଶ୍ୱର ସ୍ବାଇଁ , ସମ୍ମାନିତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ତଥା ପିସିସି ରାଜ୍ୟ ସଦସ୍ୟ ଶିଶିର କୁମାର ପରିଡା , ମଲିପଦର ଗାଁ ମହୋତ୍ସବ କମିଟିର ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ , ଆଇନଜୀବୀ ଗୌରୀ ଦେବୀ , ବଂଶୀଧର ମହାବିଦ୍ୟାଳୟ ପ୍ରତିଷ୍ଠାତା ଅବିନାଶ ସୁବୁଦ୍ଧି ସ୍ବାଗତ ଭାଷଣ ଦେଇଥିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ମାନପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ବୋଲଗଡ ଅଂଚଳର ବହୁ ସଂଖ୍ୟାରେ ଦର୍ଶକ ,ଶ୍ରଦ୍ଧାଳୁ ମାନନକର ସମାଗମ ହୋଇଥିଲା ।
ପ୍ରସନ୍ନ କୁମାର ସ୍ବାଇଁ ,ଖୋର୍ଦ୍ଧା
More Stories
ରଥ ଟଣାରେ ସାଙ୍ଘାତିକ୍ ବିଭ୍ରାଟ, ନନ୍ଦିଘୋଷ ରଥ ଟଣା ହେବା ପୂର୍ବରୁ ଦଉଡ଼ି ଉଭାନ।
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର