ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ଚଳିତ ବର୍ଷ 89 ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରିଛନ୍ତି ପ୍ରତିଟି ଓଡ଼ିଆ ।ଏପ୍ରିଲ ଏକ ତାରିଖରେ ଓଡିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ। ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିଲା ଓଡ଼ିଶା। 1936 ମସିହା ଏପ୍ରିଲ 1 ତାରିଖରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା। ତେଣୁ ଆମ୍ଭେ ଏହି ଦିନଟିକୁ ମନେ ପକେଇବା ପାଇଁ ୧ ଏପ୍ରିଲ କୁ ଉତ୍କଳ ଦିବସ ରୂପେ ପାଳନ କରିଥାଉ । ତେବେ ଏହି ପରିପ୍ରେକ୍ଷୀରେ କୋଦଳା ଏନଏସି ରେ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକଙ୍କ ତତ୍ୱାବଧାନରେ ପାଳିତ ହୋଇଛି ଏହି ମହାନ ଦିବସ | ଏଥି ଅବସରରେ କୋଦଳା ସ୍ଥିତ ସାନଖରୁଡ଼ା ନୁଆଁ ସାହି ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗାନ୍ଧୀଙ୍କ ନୀତି ଆଦର୍ଶ ଏବଂ ଓଡ଼ିଆ ବୀରପୁତ୍ରଙ୍କୁ ମନେ ପକେଇଥିଲେ ଉପସ୍ଥିତ ସମସ୍ତ ସଦସ୍ୟ |
More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ