ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ କ୍ରିଷ୍ଣା କହେଁୟା କାଜୁ ଫ୍ୟାକ୍ଟ୍ରିରେ ସୋମବାର ରାତ୍ରୀ ସମୟରେ ତାଲା ପକେଇବାକୁ ନେଇ ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି | ସୂଚନା ଅନୁଯାୟୀ ସୋମବାର ଦିନ ସକାଳ ସମୟରେ ଅଙ୍ଗାରଗାଁ ଗ୍ରାମର ବୁଦ୍ଧିଆ ବେହେରାଙ୍କ ପୁଅ ଅମର ବେହେରା, ଭିକାରୀ ବେହେରାଙ୍କ ପୁଅ ସିମାଞ୍ଚଳ ବେହେରା କ୍ରିଷ୍ଣା କହେଁୟା କାଜୁ ଫାକ୍ଟ୍ରିର ମାଲିକଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଫାକ୍ଟ୍ରିରେ ତାଲା ପକେଇବାକୁ ଧମକ ଦେଇଥିବା ନେଇ ବେଗୁନିଆପଡା ଥାନାରେ ଅଭିଯୋଗ ହୋଇଛି | ପରବର୍ତୀ ସମୟରେ ସୋମବାର ରାତ୍ର ପ୍ରାୟ ଆଠଟା ସମୟରେ ଅମର ବେହେରା, ଦିଲୀପ ବେହେରା ଉକ୍ତ ଫାକ୍ଟ୍ରିରେ ପହଞ୍ଚି ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଫ୍ୟାକ୍ଟ୍ରି ଜାଗାକୁ ନେଇ ସମସ୍ୟା ଥିବା କହିବା ସହିତ କିଛି ଦିନ ପାଇଁ ଫ୍ୟାକ୍ଟ୍ରି ଛାଡି ଚାଲିଯିବାକୁ କର୍ମଚାରି ମାନଙ୍କୁ କହିଥିଲେ | ଏହି ସମୟରେ ଫାକ୍ଟ୍ରି ମାଲିକଙ୍କ ଧର୍ମପତ୍ନୀ ବାସନ୍ତି ବେହେରା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଦେଇ ଫାକ୍ଟ୍ରିରେ ତାଲା ପକେଇ ପଳେଇ ଯାଇଥିଲେ | ଘଟଣା ସମ୍ପର୍କରେ ବାସନ୍ତୀ ବେହେରା ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି | ବେଗୁନିଆପଡା ଥାନା ପକ୍ଷରୁ ଉଚିତ ନ୍ୟାୟ ମିଳିବା ନେଇ ଆଶା ବାନ୍ଧିଛନ୍ତି ଅଭିଯୋଗ କାରିଣୀଙ୍କ ପରିବାର |ତେବେ ଏ ନେଇ ବେଗୁନିଆପଡା ଥାନା ସହ ଯୋଗାଯୋଗ ହୋଇ ପାରିନାହିଁ |


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l