ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର )ସୋରଡ଼ା ଠାରେ କଂଗ୍ରେସ ତରଫରୁ କଂଗ୍ରେସ ର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ହରେକୃଷ୍ଣ ରଥ ନିଜ କର୍ମୀ ଙ୍କୁ ନେଇ ପାଳିତ କରିଛନ୍ତି ଉତ୍କଳ ଦିବସ। ଏହି ଉତ୍କଳ ଦିବସ ଅବସର ରେ ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜ ର ପ୍ରତିଷ୍ଠାତା ଶଶୀଭୂଷଣ ରଥ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଗାନ୍ଧୀସ୍ମୃତିଭବନ୍ ରେ ପ୍ରବାଦ ପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେମାନଙ୍କ ଓଡ଼ିଶା ପ୍ରତି ଅବଦାନ ଓ ମହାନତା ବିଷୟ ରେ ଆଲୋଚନା ଓ ଅଭିଭାଷଣ ରଖିଥିଲେ ପୂର୍ବତନ ବ୍ଲକ ଅଧକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ,ଶ୍ରୀ ଯୁକ୍ତ ହରେକୃଷ୍ଣ ରଥ ସମେତ ଦିଲିପ ସୁଆର , ବିନାୟକ ଗୌଡ଼ ସଞ୍ଜୟ ପାତ୍ର ପବିତ୍ର ମୋହନ ଦାସ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ୍ ଆମ ଓଡ଼ିଶା ଖବର
More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ