ବେଣାପଞ୍ଜରୀରେ ଦାଦାବଟିକୁ ନେଇ ମରଣାତ୍ମକ ଆକ୍ରମଣ।

ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ଦାଦାବଟିକୁ କେନ୍ଦ୍ରକରି ମହାଭାରତ ସୃଷ୍ଟି। ଦାଦାବଟି ମାଗିଥିବା ଯୁବଗୋଷ୍ଠୀ ଏବଂ ମହମ୍ମଦ ଅକ୍ତର ସମସ୍ତଙ୍କର ଘର ବେଣାପଞ୍ଜରୀ ଗ୍ରାମରେ। ଘଟଣାଟି ଗୁରୁବାର ମଦ୍ଧ୍ୟାନରେ କିଛି ଯୁବଗୋଷ୍ଟୀ ମହମ୍ମଦ ଅକ୍ତରଙ୍କୁ ବଟି ମାଗିଥିଲେ। ଅକ୍ତର ବଟି ସପକ୍ଷରେ ରାଜି ହୋଇନଥିଲା। ଯୁବଗୋଷ୍ଟୀ ଏବଂ ଅକ୍ତରଙ୍କ ମଧରେ ବଚସା ଆରମ୍ଭ ହୋଇଥିଲା। ସେଥିରେ ଉତକ୍ଷିପ୍ତ ହୋଇ ଯୁବଗୋଷ୍ଟୀ ଠେଙ୍ଗାରେ ବାଡେଇ ଅକ୍ତର ମୁଣ୍ଡ ଫଟେଇ ସେଠାରୁ ଚାଲିଯାଇଥିଲେ। ଅକ୍ତର ତୁରନ୍ତ ଆସୁ ଚିକିତ୍ସା ପାଇଁ, ଖୋର୍ଦ୍ଧା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ହୋଇ ଘରକୁ ଫେରିଥିଲା। ଯୁବଗୋଷ୍ଠୀ ମଦ୍ଧ୍ୟାନର ବଚସାରେ ସନ୍ତୁଷ୍ଟ ନ ହୋଇ, ପୁନର୍ବାର ସନ୍ଧ୍ୟା ସମୟରେ ଦିତୀୟ ବାର ସଂଗବଧ ଭାଭେ ଏକତ୍ରୀତ ହୋଇ ଅକ୍ତର ଘରପାଖେ ପହଞ୍ଚି ଅକ୍ତରକୁ ଡକାଇ ମରଣାତ୍ମକ ଆକ୍ରମଣ କରିଥିଲେ। ପୋଲିସ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଅକ୍ତରକୁ ଜଟଣି ହସ୍ପିଟାଲରେ ପହଞ୍ଚାଇ, ଚିକିତ୍ସା କରାଇଥିଲେ। ଆସାମି ମାନେ ଫେରାର ଥିବାବେଳେ ପୋଲିସ ତଦନ୍ତ ଅବ୍ୟାହତ ରହିଛି। ତେବେ ଆସନ୍ତୁ ଜାଣିବା ପରିସ୍ଥିତି କିଭଳିଥିଲା।

ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!