ରାୟଗଡା ଜ଼ିଲ୍ଲା (ଆମ ଓଡିଶା ଖବର )ବିଷମକଟକ ବ୍ଲକ୍ ବେଥିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ପେଣ୍ଟା ଗ୍ରାମରେ ଲେବର୍ କାର୍ଡ ର ପଇସା ଚଞ୍ଚକତା ହେବାର ଦେଖିବାକୁ ମିଳିଛି l ସର୍ଗତ÷ଜଗାନାଇଡ଼ୁ ନିଶାଲ ମୃତ୍ୟୁ ହୋଇ ବର୍ଷେ ଛ ମାସ ବିତିଯାଇଛି l ମୃତ୍ୟୁ ର ଦୁଇ ମାସ ଭିତରେ ଦୁଇ ଲକ୍ଷ୍ୟ ପାଞ୍ଚ ହଜାର ବିଷମକଟକ ଷ୍ଟେଟ୍ ବ୍ୟଙ୍କ ରେ ଉଠାଇ ସ୍ତ୍ରୀ କମଳା ନିଶାଲ ଙ୍କୁ ୫୦୦୦୦ଦେଇ ବାକି ଟଙ୍କା ରାଜମଣି ନିଶାଲ ଆତ୍ମୋସାତ କରିଥିବା ଅଭିଯୋଗ କରିଛନ୍ତି l ରାଜମଣି ନିଶାଲ ଙ୍କୁ ପଇସା ମାଗିଲେ ଗାଁରୁ ତୋଡ଼ିଦେବି କହି ଧମକାଇ, ପଇସା ଦେବିନାହିଁ ଲେବର ଅଫିସ ଓ ଥାନାରେ କହିଲେ ମଧ୍ୟ୍ୟ ମର କିଛି କରିବେ ନାହିଁ କହିବାର ମତ ରଖିଥିଲେ l ଏହିଭଳି ନିରୀହ ଗରିବ ଲୋକଙ୍କଠୁ ଲୁଟିବାରେ ଲାଗିଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି l କମଳା ନିଶାଲ ଲେବର ଅଫିସ ଆସି ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଆଶ୍ୱାସନା ଉତ୍ତର ପାଇନଥିବା ମତ ରଖିଥିଲେ l
ରାୟଗଡା ରୁ ଜ଼ିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ।
୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।
ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ।