ରାୟଗଡା ଜ଼ିଲ୍ଲା (ଆମ ଓଡିଶା ଖବର )ବିଷମକଟକ ବ୍ଲକ୍ ବେଥିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ପେଣ୍ଟା ଗ୍ରାମରେ ଲେବର୍ କାର୍ଡ ର ପଇସା ଚଞ୍ଚକତା ହେବାର ଦେଖିବାକୁ ମିଳିଛି l ସର୍ଗତ÷ଜଗାନାଇଡ଼ୁ ନିଶାଲ ମୃତ୍ୟୁ ହୋଇ ବର୍ଷେ ଛ ମାସ ବିତିଯାଇଛି l ମୃତ୍ୟୁ ର ଦୁଇ ମାସ ଭିତରେ ଦୁଇ ଲକ୍ଷ୍ୟ ପାଞ୍ଚ ହଜାର ବିଷମକଟକ ଷ୍ଟେଟ୍ ବ୍ୟଙ୍କ ରେ ଉଠାଇ ସ୍ତ୍ରୀ କମଳା ନିଶାଲ ଙ୍କୁ ୫୦୦୦୦ଦେଇ ବାକି ଟଙ୍କା ରାଜମଣି ନିଶାଲ ଆତ୍ମୋସାତ କରିଥିବା ଅଭିଯୋଗ କରିଛନ୍ତି l ରାଜମଣି ନିଶାଲ ଙ୍କୁ ପଇସା ମାଗିଲେ ଗାଁରୁ ତୋଡ଼ିଦେବି କହି ଧମକାଇ, ପଇସା ଦେବିନାହିଁ ଲେବର ଅଫିସ ଓ ଥାନାରେ କହିଲେ ମଧ୍ୟ୍ୟ ମର କିଛି କରିବେ ନାହିଁ କହିବାର ମତ ରଖିଥିଲେ l ଏହିଭଳି ନିରୀହ ଗରିବ ଲୋକଙ୍କଠୁ ଲୁଟିବାରେ ଲାଗିଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି l କମଳା ନିଶାଲ ଲେବର ଅଫିସ ଆସି ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଆଶ୍ୱାସନା ଉତ୍ତର ପାଇନଥିବା ମତ ରଖିଥିଲେ l
ରାୟଗଡା ରୁ ଜ଼ିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।
ନିୟମଗିରିର ଦୁର୍ଗମ ଅଞ୍ଚଳରେ ରାୟଗଡ ଜିଲ୍ଲା ପ୍ରଶାସନ: ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ଭୋଟର ତାଲିକା ସଂଶୋଧନ ପାଇଁ ଏନ୍ୟୁମେରେସନ ଫର୍ମ ବଣ୍ଟନ ।
ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍।