ବେଗୁନିଆପଡା, (ଆମ ଓଡିଶା ଖବର):ଗତକାଲି ମଧ୍ୟରାତ୍ରିରେ କାଳ ବୈଶାଖୀ ପ୍ରଭାବରେ ବେଗୁନିଆପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବା ଫଳରେ ଜନଜୀବନ ଖରାତାତିରୁ ସାମାନ୍ୟ ଆଶ୍ୱସ୍ତ ପାଇଥିବା ବେଳେ ଏହି କାଳବୈଶାଖୀ କାହା ପାଇଁ ଦାଉ ସାଜିଛି | ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ରାତିରେ ବୁରୁଝରି ପଞ୍ଚାୟତର କନିଆରିବାଡି ଗ୍ରାମରେ ସନିଆ ଗୌଡ଼ଙ୍କ ଘର ପଛପଟେ ଗାଇ ଓ ମେଣ୍ଢା ବନ୍ଧା ଯାଇଥିବା ବେଳେ ଘଡ଼ଘଡି ମାରିବା ଯୋଗୁଁ ତିନି ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି | ଯାହା ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର ଲୋକେ | ଗାଈ, ମେଣ୍ଢା ପାଳନ କରି ପରିବାର ପ୍ରତିପୋଷଣ କରୁଥିବା ସନିଆଙ୍କ ଏଭଳି ପରିସ୍ଥିତିରେ ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ |
ଦେବାଶିଷ ମହାରଣା ଙ୍କ ରିପୋର୍ଟ।


More Stories
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।
ବଡକୁଳ ଗ୍ରାମ ପଞ୍ଚାୟତ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l