ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର ) ସଢେଇଗଡ ଗାଁରେ ଫୁଟିଲା ବୋମା ଜଣେ ମୃତ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ସଢେଇଗଡ ଗାଁରେ । ବିଳମ୍ୱିତ ରାତିରେ ଏକ ବାଇକ୍ ରେ ବୋମା ନେଇ ଡେଲିଭରି ଦେବାକୁ ଯାଉଥିବା ବାଇକ୍ ଭାରସାମ୍ୟ ହରାଇ ପଡ଼ି ଯାଇଥିବା ବେଳେ ବୋମା ବିସ୍ପୋରଣ ହୋଇଛି । ବିସ୍ଫୋରଣ ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ୍ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପଛରେ ଅନ୍ୟ ଏକ ବାଇକ୍ ରେ ଆସୁଥିବା ଆଊ ଜଣେ ଯୁବକଙ୍କ ଆଖି ରେ ହୋଇଛି ଗଭୀର ଆଘାତ । ତେବେ ମୃତ ଯୁବକ ଜଣକ ବ୍ରଜମୋହନ ପୁର ଗ୍ରାମର ନିରାକାର ସିଂହ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ହସ୍ପିଟାଲ୍ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି। ଆହତ ଯୁବକ ଜଣକ ବଣ୍ଟି ଅରିସଲ ବୋଲି ଜଣା ପଡ଼ିଛି । ଏ ପର୍ଯ୍ୟନ୍ତ ତୃତୀୟ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାକୁ ନେଇ ଗ୍ରାମବାସୀ ମୁହଁ ଖୋଲିବାକୁ ନାରାଜ ହେଉଛନ୍ତି । ସଦର ଥାନା ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ କ୍ଷତିଗ୍ରସ୍ତ ବାଇକ୍ ଟିକୁ ଜବତ କରି ମୃତ ଦେହକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି କରିଛନ୍ତି । ବୋମା ବିସ୍ଫୋରଣ ର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବେଆଇନ୍ ବୋମା ତିଆରିକୁ ନେଇ ଚର୍ଚ୍ଚାରେ ରହିଥିବା ସଢେଇଗଡ ଗାଁ ଶୁଣିବାକୁ ମିଳିଛି ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ନକଲି ପ୍ରମାଣପତ୍ରରେ ଚାକିରି ଆଉ ୫ ଜଣ ଅଭିଯୁକ୍ତ ଗିରଫ।
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ ।
ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ମିଳିଲା ବିସିଆଇ ଅନୁମୋଦନ।