ଗଞ୍ଜାମ: ଶେରଗଡ଼: ( ଆମ ଓଡିଶା ଖବର)ଏହି ବ୍ଳକ ଅନ୍ତର୍ଗତ ଡେଙ୍ଗା ପଦର ସେକ୍ଟର ର ଗୋବିନ୍ଦପୁର ଠାରେ ପୋଷଣ ପାଖୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପୋଷଣ ପାଖୁଡ଼ା, ଗେହ୍ଲା ଝୀଅ, କନ୍ୟା ରତ୍ନ, ବାଲ୍ୟ ବିବାହ ମୁକ୍ତ ପ୍ରଭୁତି କାର୍ଯ୍ୟ କ୍ରମ ଉପରେ ବିଶଦ ଆଲୋଚନା ହୋଇଥିଲା। ଶେରଗଡ଼ ସି ଡ଼ି ପି ଓ ଶ୍ରୀ ମତୀ ମମତା ପଣ୍ଡା ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସୁପରଭାଇଜର ଦର୍ଶନ ଶ୍ବର, ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ସୁନିଲ୍ କୁମାର୍ ସାହୁ,ସରପଞ୍ଚ ପ୍ରତିନିଧି ଶ୍ରୀ ବଳରାମ ସ୍ବାଇଁ ପ୍ରମୁଖ ବ୍ୟକ୍ତି ବିଶେଷ ଓ ଗ୍ରାମ ବାସୀ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ