ରିପୋର୍ଟର : ଶୁଭମ ପାଣି
ଢେଙ୍କାନାଳ (ଆମ ଓଡ଼ିଶା ଖବର )ଢେଙ୍କାନାଳରେ ଭୁଶୁଡ଼ିଲା କଂଗ୍ରେସ ସଂଗଠନ । ଢେଙ୍କାନାଳ ମିନା ବଜାର ସ୍ଥିତ ଆରକେ ଏଜେନ୍ସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ ଓ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ । ଏହା ସହିତ ଓଡ଼ାପଡ଼ା ବ୍ଲକ ସଭାପତି ପ୍ରମୋଦ ନାୟକ, ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ସଦର ବ୍ଲକ ସଭାପତି ଅଖିଳ ମୋହନ ଖୁଣ୍ଟିଆ ମଧ୍ଯ କଂଗ୍ରେସ ଛାଡ଼ିଛନ୍ତି ।ବିଗତ ମାସରେ ଦଳ ତାଙ୍କୁ ଅଣଦେଖା କରୁଥିବାରୁ, କଂଗ୍ରେସ ଛାଡିବାର ନିଷ୍ପତ୍ତି ନେଇଛନ୍ତି ବୋଲି ଇସ୍ତଫା ରେ ଉଲ୍ଲେଖ କରିଛନ୍ତି ନବୀନ । ନେତା ଏବଂ କିଛି କଂଗ୍ରେସ କର୍ମୀ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି l


More Stories
ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ l
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l