ପ୍ରତ୍ୟେକ ମାସର ସଙ୍କ୍ରାନ୍ତିରେ ରନ୍ଧା ଖାଦ୍ୟ ବଣ୍ଟନ
ଗଞ୍ଜାମ: ( ଆମ ଓଡିଶା ଖବର)ଜନତା ମାନବୀୟ ଅଧିକାର ସଂସ୍ଥାର ରନ୍ଧାଖାଦ୍ୟ ବଣ୍ଟନ।
14-4-2025 ପବିତ୍ର ହନୁମାନ ଜୟନ୍ତୀ, ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଅବସର ରେ ଜନତା ମାନବୀୟ ଅଧିକାର ସଂସ୍ଥା ପ୍ରତ୍ୟେକ ସଂକ୍ରାନ୍ତି ପରି ଆଜି ମଧ୍ୟ ନାରାୟଣ ସେବା କାର୍ଯକ୍ରମ ଦ୍ଵାରା ରନ୍ଧା ଖାଦ୍ୟ ବ୍ରହ୍ମପୁର ସହର ରେ ଥିବା ବିଭିନ୍ନ ମନ୍ଦିର ଓ ବସ୍ତି ବୁଲି ବଣ୍ଟନ କରାଯାଉଛି ।ଉକ୍ତ କାର୍ଯକ୍ରମ ରେ ଶ୍ରୀ ସଦା ନନ୍ଦ ପାତ୍ର, ଶ୍ରୀ ଦିବ୍ୟ ଲୋଚନ ସାହୁ, ଶ୍ରୀ ରବୀନ୍ଦ୍ର ପୃଷ୍ଟି, ଶ୍ରୀ ବିପିନ ବିହାରୀ ମହାରଣା, ଶ୍ରୀ ତାରା ପ୍ରସାଦ ଦାସ, ଶ୍ରୀ ଆଶୁତୋଷ ନାୟକ ଓ ସାଇସୁହାନି ଯୋଗ ଦାନ ଦେଇ ସହଯୋଗ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ କୁ ଜନତା ମାନବୀୟ ଅଧିକାର ସଂସ୍ଥାର ର ନିର୍ଦେଶକ ଶ୍ରୀ ଧନେଶ୍ୱର ନାୟକ ପରିଚାଳନା କରିଥିଲେ. ଏପରି ମହତ କାର୍ଯ୍ୟ ପାଇଁ ଜନତା ମାନବୀୟ ଅଧିକାର ସଂସ୍ଥା କୁ ସହର ବସି ସାଧୁବାଦ ଜଣାଇଛନ୍ତି.
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?