ହରିରାଜପୁର ମେଳଣ ପଡିଆ ସଫାକଲେ ବରିଷ୍ଠ ନାଗରିକ ବୁଦ୍ଧିଜୀବୀ  ଯୁବ ସ୍ଵେଚ୍ଛାସେବୀ ଓ ସାମ୍ବାଦିକ।

                                                                                                                  ଜଟଣୀ (ଆମ ଓଡିଶା ଖବର ) ତା:-୨୦/୪/୨୫ ରିଖ ଜଟଣୀ ପୌର ପରିଷଦ ସ୍ଥିତ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଙ୍ଗ ପକ୍ଷରୁ ପ୍ରତିବର୍ଷ ପରି ଏ ବର୍ଷ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ହରିରାଜପୁରସ୍ଥିତ ମେଳନ ପଡିଆକୁ ଆଜି ସଫା କରାଯାଇଥିଲା । ଆୟୋଜିତ ସ୍ଵଚ୍ଛ ଭାରତ ଅଭିଯାନରେ ଅନୁଷ୍ଠାନର ସଭାପତି ଆଇନଜୀବୀ ତଥା ସାମ୍ବାଦିକ ଶ୍ରୀ ଅବନୀ ରାଉତରାୟ ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶ୍ରୀ ଜବାହରଲାଲ ସୁବୁଦ୍ଧି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲ । ଏହି ସ୍ବଚ୍ଛତା ଅଭିଯାନରେ ଶ୍ରମିକ, ବୁଦ୍ଧିଜୀବୀ, ଲେଖକ ଓ ସାମ୍ୱାଦିକ ଯୋଗ ଦେଇ ମେଳଣ ପଡ଼ିଆରେ ଜମା ହୋଇଥିବା ପଲିଥିନ , ବର୍ଜ୍ୟ ବସ୍ତୁକୁ ସଫା  କରିଥିଲେ  । ଏହି ଅବସରରେ ମେଳଣ କମିଟିର ଆବାହକ ତଥା ପୂର୍ବତନଜିଲ୍ଲା ପରିଷଦ ସଦସ୍ୟ  ଶ୍ରୀ ପ୍ରସନ୍ନ କୁମାର ମହାରଥୀ, ଶିକ୍ଷାବିତ୍ ତ୍ରିଲୋଚନ  ମହାପାତ୍ର  ଓ  ଅବନୀ କୁମାର ରାଉତରାୟଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା  । ଧୀରେନ ପ୍ରତିହାରୀ, ସାହିତ୍ୟକ ଆଦି ନାରାୟନ ଖଣ୍ଡୁଆଳ, ସ, ରବି ପ୍ରସାଦ ମିଶ୍ର, ସାରଙ୍ଗଧର ବେହେରା, ବାସୁଦେବ ସେଠୀ, ରଜନୀ କାନ୍ତ ପଣ୍ଡା, କାଉନସିଲର     ଶଶାଙ୍କ ଶେଖର ରାୟ, ବାଉରୀବନ୍ଧୁ ପ୍ରଧାନ, ମୂଜୁପୂରହମନ୍ ପ୍ରମୁଖ ସ୍ବଚ୍ଛତା ଅଭିଯାନର ନେତୃତ୍ବ ନେଇଥିବା ବେଳେ ପଶ୍ଚିମା ଶମ୍ଭୁ ଯୁବ ସଂଗଠନର ସମ୍ପାଦକ ବାସୁଦେବ ସାହୁ  ପିପିଲି ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ନରେନ୍ଦ୍ର ମୁଦୁଲି ଶିକ୍ଷାବିତ୍ ରାଜେନ୍ଦ୍ର ନାୟକ   ସମାଜସେବୀ  ନର୍ମଦା ଦୋରା, ନିଳାମ୍ବର ମିଶ୍ର , ଦିବାକର ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ।  ସ୍ବଚ୍ଛ ଭାରତ ଅଭିଯାନରେ ଅଂଶ ଗ୍ରହଣ କରିଥିବା ସମସ୍ତ  ସ୍ବେଚ୍ଛାସେବୀଙ୍କୁ  ଅନୁଷ୍ଠାନ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସମ୍ପାଦକ ଶ୍ରୀ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଟଣୀ /ଡେ଼ଲାଙ୍ଗରୁ   ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର  ।

error: Content is protected !!