କଟକ ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳରେ ଲୁଟେରାଙ୍କ ଦ୍ୱାରା ଶିକାର ହୋଇଥିବା ମହିଳା, ଟାଙ୍ଗି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତଦନ୍ତ କରି ଅପରାଧୀଙ୍କୁ ଗିରଫ କରି ମହିଳାଙ୍କ ଟଙ୍କା ଫେରାଇଲେ ଥାନା ଅଧିକାରୀ। ଘଟଣା ହେଉଛି ଗତ ୯ ତାରିଖରେ କହ୍ନେଇପୁର ଗ୍ରାମର ଚିନ୍ମୟ ନାୟକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ସେ ଘରକୁ ଫେରୁଥିବା ବେଳେ, ୧୬ ନମ୍ବର ଜାତୀୟ ରାଜପଥ ହନୁମାନ ଛକ ନିକଟରେ ଦୁଇ ଦୁର୍ବୁର୍ତ୍ତ ହଠାତ ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ, ଫୋନ ଓ ଏଟିଏମ କାର୍ଡ ଆଦି ଛଡାଇ ନେଇଗଲେ। ଥାନା ଅଧିକାରୀ ଏହି ଘଟଣାର ତୁରନ୍ତ ତଦନ୍ତ କରି ଘଟଣା ରେ ସମ୍ପୃକ୍ତ ପୁରୀ ଜିଲ୍ଲା ଗୋପ୍ ଥାନା ଅନ୍ତର୍ଗତ ଚଢେଇ ଗାଁ ର ଅଶୋକ ବାରିକ କୁ ଗିରଫ କରି ତାଠାରୁ ୩୭ ହଜାର ଟଙ୍କା, ଏଟିଏମ କାର୍ଡ ଓ ପଲସର ବାଇକ ଜବତ କରା ଯାଇଥିଲା। ଉକ୍ତ ଟଙ୍କା ଓ ଏଟିଏମ କାର୍ଡ କୁ ଅଭିଯୋଗ କାରିଣୀଙ୍କୁ ପୋଲିସ ଫେରସ୍ତ କରିଛନ୍ତି। ତଦନ୍ତ ଅବ୍ୟାହତ ରହିଛି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର। (ପୋର୍ଟାଲ)


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.