କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର ) ତା :-୨୧/୦୪/୨୫ ତାରିଖ କାକିରିଗୁମା ଗ୍ରାମର ଗୋପବନ୍ଧୁ (ଜିପୁନ) ବିଶୋଇ (୪୩) ଗତ ଶନିବାର ଦିନ ତାଙ୍କ କାର୍ଯ୍ୟ ସାରି କୋରାପୁଟରୁ ମୋଟର ସାଇକେଲ ଜରିଆରେ କୋରାପୁଟରୁ ନିଜ ଘର କାକିରିଗୁମା ଫେରୁଥିବା ସମୟରେ କୋରାପୁଟ ନିକଟସ୍ଥ ଚିନ୍ଦିରୀ ଗ୍ରାମ ଠାରେ ଦୁର୍ଘଟଣା ଘୋଟିଥିଲା । ବିଶେଷ ସୂତ୍ରରୁ ଜଣାପଡିଛି ଯେ ନିଜ ମୋଟର ସାଇକେଲରେ ଫେରିବା ସମୟରେ ହଠାତ୍ ଗୋରୁ ରାସ୍ତା ମଝିକୁ ପଶି ଆସିଥିବାରୁ ଗୋରୁସହ ଧକ୍କା ହୋଇ ଭାରସାମ୍ୟ ହରାଇ ଘଟଣା ସ୍ଥଳରେ ଦୁର୍ଘଟଣା ହୋଇଥିଲା ଯାହାଫଳରେ ଯୁବକ ଜଣକ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଚିକିତ୍ସା ନିମନ୍ତେ ତାଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନେଇ ଥିଲେ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କର ଦେହ ସଙ୍କଟାପନ୍ନ ଥିବାରୁ ଅନ୍ୟତ୍ର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ , ପରିବାର ଲୋକ ବ୍ରହ୍ମପୁର ଚିକିତ୍ସାଳୟ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହେଇଥିବା ଖବର ମିଳିଛି । ଜିପୁନ ଜଣେ ସଚ୍ଚୋଟ ଓ ଅଞ୍ଚଳ ବାସୀଙ୍କ ପୋରପକାରୀ ଅତି ପ୍ରିୟ ଲୋକ ଥିବା ହେତୁରୁ କାକିରିଗୁମା ସହିତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ।


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।